ମ୍ୟାମାର ଭୂମିକମ୍ପ: ୧୫ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ, ଉଦ୍ଧାରକାର୍ଯ୍ୟ ବେ‌ଳେ ପୁଣି ଥରିଲା ମ୍ୟାମାର

ମ୍ୟାମାର ଓ ଥାଇଲାଣ୍ଡରେ ଆଜି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ଆସିଛି। ପ୍ରତିଶ୍ରୁତି ରକ୍ଷା କରି ୧୫ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି ଭାରତ। ଏଥିରେ ଜରୁରୀ ଔଷଧ ଓ ଖାଦ୍ୟ ଅନ୍ତର୍ଭୁକ୍ତ।

tearthquake

ତାପିଦା/ବ୍ୟାଙ୍କକ୍‌: ମ୍ୟାମାର ଓ ଥାଇଲାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ଆସିଛି। ୭.୭ ଏବଂ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମ୍ୟାମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି। ମ୍ୟାମାରରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି। ମ୍ୟାମାରରେ ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ଏହା ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହାକୁ ଦୃଷ୍ଟିରେ ରଖି ଏବେ ଭାରତ ସରକାର ୧୫ଟନ୍‌ର ରିଲିଫ୍ ସାମଗ୍ରୀ ପଠାଇଛନ୍ତି।

ଭାରତୀୟ ବାୟୁସେନାର ସି-୧୩୦ଜେ ବିମାନ ଜରିଆରେ ରିଲିଫ୍ ପ୍ୟାକେଜ୍ ପଠାଇଛି ଭାରତ, ଯେଉଁଥିରେ ତମ୍ବୁ, ଶୋଇବା ବ୍ୟାଗ୍, କମ୍ବଳ, ଖାଦ୍ୟ ଏବଂ ଜେନେରେଟର ସେଟ୍ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଅନ୍ତର୍ଭୁକ୍ତ।ଭୂମିକମ୍ପ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ପାରାସିଟାମଲ୍, ଆଣ୍ଟିବାୟୋଟିକ୍, ସିରିଞ୍ଜ, ଗ୍ଲୋଭସ୍ ଏବଂ ବ୍ୟାଣ୍ଡେଜ୍ ଭଳି ଚିକିତ୍ସା ସାମଗ୍ରୀ ମଧ୍ୟ ପଠାଯାଉଛି। ଏହା ସହ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ମଧ୍ୟ ଭୟଙ୍କର ଭୂମିକମ୍ପରେ କ୍ଷତିଗ୍ରସ୍ତ ମିଆଁମାର ଏବଂ ଥାଇଲ୍ୟାଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି। 

କୁହାଯାଉଛି ଯେ, ୨୮ ମାର୍ଚ୍ଚରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବିଳମ୍ବିତ ରାତି ୧୧ଟା ୫୬ସମୟରେ ମିଆଁମାରରେ ୪.୨ ତୀବ୍ରତାର ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।

ତେବେ ମିଆଁମାର ଓ ଥାଇଲ୍ୟାଣ୍ଡ ବ୍ୟତୀତ ଭାରତରେ ମେଘାଳୟ, ମଣିପୁର, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ବାଂଲାଦେଶ, ଭିଏତ୍‌ନାମ ଏବଂ ଚୀନ୍‌ର ଦକ୍ଷିଣପଶ୍ଚିମ ୟୁନାନ୍‌ ପ୍ରଦେଶରେ ମଧ୍ୟ ଭୂକମ୍ପର ତୀବ୍ର ଝଟ୍‌କା ଅନୁଭୂତ ହୋଇଛି। 

myanmar | earthquake | India Sends 15 Tonnes Of Relief Material

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe