ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଚାଲିଥିବା ବେଳେ ପାଲେଷ୍ଟାଇନ୍‌କୁ ୬.୫ ଟନ୍‌ ମାନବୀୟ ସହାୟତା ପଠାଇଲା ଭାରତ

Advertisment
ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଚାଲିଥିବା ବେଳେ ପାଲେଷ୍ଟାଇନ୍‌କୁ ୬.୫ ଟନ୍‌ ମାନବୀୟ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ: ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଚାଲିଥିବା ବ‌େଳେ ଆଜି ଭାରତ ଗାଜାବାସୀଙ୍କ ଲାଗି ପାଲେଷ୍ଟାଇନ୍‌କୁ ୬.୫ ଟନ୍‌ର ମାନବୀୟ ସହାୟତା ପଠାଇଛି।

ଉଲ୍ଲେଖଯୋଗ୍ୟ, ଯୁଦ୍ଧ ଲାଗିଥିବାରୁ ଗାଜାର ସାଧାରଣ ନାଗରିକମାନେ ମାନବୀୟ ସଙ୍କଟରେ ପଡ଼ିଛନ୍ତି।

ଭାରତ ପଠାଇଥିବା ସହାୟତା ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚୀ କହିଛନ୍ତି ଯେ, ଭାରତୀୟ ବାୟୁସେନାର ଗୋଟାଏ ‘ସି-୧୭’ ବିମାନ ରିଲିଫ୍‌ ସାମଗ୍ରୀ ନେଇ ଇଜିପ୍ଟର୍‌ ଏଲ୍‌-ଆରିଶ୍‌ ବିମାନ ବନ୍ଦରକୁ ଯାଇଛି।

publive-image Image Courtesy of APF

‘ଏକ୍ସ୍‌’ କରି ସେ ଲେଖିଛନ୍ତି: ପାଲେଷ୍ଟାଇନ୍‌ବାସୀଙ୍କ ପାଇଁ ଭାରତ ମାନବୀୟ ସହାୟତା ପଠାଇଲା। ପାଲେଷ୍ଟାଇନ୍‌ବାସୀଙ୍କ ପାଇଁ ଭାରତୀୟ ବାୟୁସେନାର ‘ସି-୧୭’ ବିମାନ ୬.୫ ଟନ୍‌ର ଡାକ୍ତରୀ ସହାୟତା ଏବଂ ୩୨ ଟନ୍‌ର ବିପର୍ଯ୍ୟୟ ରିଲିଫ୍‌ ସାମଗ୍ରୀ ନେଇ ଇଜିପ୍ଟର ଏଲ୍‌-ଆରିଶ୍‌ ବିମାନ ବନ୍ଦରକୁ ଯାଇଛି। ରିଲିଫ୍‌ ସାମଗ୍ରୀରେ ଅଛି- ଜୀବନ ରକ୍ଷାକାରୀ ଔଷଧ, ସର୍ଜିକାଲ୍‌ ସାମଗ୍ରୀ, ତମ୍ବୁ, ‘ସ୍ଲିପିଙ୍ଗ୍‌ ବ୍ୟାଗ୍‌’, ପାଲ, ପରିମଳ ସାମଗ୍ରୀ, ଜଳ ବିଶୋଧନକାରୀ ବଟିକା ଆଦି ଅତ୍ୟାବଶ୍ୟକ ସାମଗ୍ରୀ।

publive-image Image Courtesy of Zee News

ଅକ୍ଟୋବର ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଲେଷ୍ଟାଇନ୍‌ର ରାଷ୍ଟ୍ରପତି ମହମ୍ମଦ୍‌ ଆବାସ୍‌ଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା ହେବା ପରେ ଉପରୋକ୍ତ ରିଲିଫ୍‌ ସାମଗ୍ରୀ ପଠାଯାଇଛି। ରକେଟ୍‌ ମାଡ଼ ଯୋଗୁଁ ଗାଜାସ୍ଥିତ ଅଲ୍‌ ଆହ୍‌ଲୀ ହସ୍ପିଟାଲ୍‌ରେ ସାଧାରଣ ଜନତାଙ୍କ ଜୀବନହାନୀ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe