Image Courtesy of Hindustan Times
ତାଇପେଇ: ପାରମ୍ପରିକ ଔଷଧ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ଶୁକ୍ରବାର ଦିନ ଭାରତ ତାଇଓ୍ଵାନ୍ର ‘ନ୍ୟାସ୍ନାଲ୍ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଚାଇନିଜ୍ ମେଡିସିନ୍’କୁ (ଏନ୍ଆର୍ଆଇସିଏମ୍) ୫୭୦,୦୦୦ ନିୟୁ ତାଇଓ୍ଵାନ୍ ଡଲାର୍ ଅନୁଦାନ ଦେଇଛି।
‘ସିଏନ୍ଏ’ରୁ ଉଦ୍ଧୃତ କରି ‘ତାଇଓ୍ଵାନ୍ ନିଉଜ୍’ ରିପୋର୍ଟ କରିଛି ଯେ, ପ୍ରଥମ ଥର ଲାଗି ଭାରତ ସରକାର ତାଇଓ୍ଵାନର ଏକ ସରକାରୀ ପ୍ରତିଷ୍ଠାନକୁ ଆର୍ଥିକ ଅନୁଦାନ ଦେଇଛି। ‘ଏନ୍ଆର୍ଆଇସିଏମ୍’ ହେଉଛି ତାଇଓ୍ଵାନ୍ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗ ଅଧୀନସ୍ଥ ଏକ ସଂସ୍ଥାନ।
Image Courtesy The New York Timesରିପୋର୍ଟରେ ଆହୁରି ଉଲ୍ଲେଖ ଅଛି ଯେ, ଦକ୍ଷିଣ ଏସୀୟ ଦେଶରେ ଥିବା ତାଇଓ୍ଵାନ୍ର ପ୍ରତିନିଧି କାର୍ଯ୍ୟାଳୟ ଭାରତ ଓ ତାଇଓ୍ଵାନ୍ ମଧ୍ୟରେ ପାରମ୍ପରିକ ଔଷଧ ବିନିମୟ ବୃଦ୍ଧି କ୍ଷେତ୍ରରେ ଦୀର୍ଘ ବର୍ଷ ବିତାଇଛି। ୨୦୧୬ରେ ପ୍ରଚଳିତ ତାଇଓ୍ଵାନର ‘ନିୟୁ ସାଉଥ୍ବାଉଣ୍ଡ୍ ପଲିସି’ରେ ଥିବା ୧୮ଟି ଦେଶ ମଧ୍ୟରେ ଭାରତ ଅନ୍ୟତମ।
ପାରମ୍ପରିକ ଭାରତୀୟ ଔଷଧ ଏବଂ ତାଇଓ୍ଵାନରେ ଥିବା ଚୀନା ଔଷଧ ସମ୍ପ୍ରଦାୟ ସହ ବିନିମୟ ପରିଚଳାନା ନିମନ୍ତେ ଭାରତ ସ୍ଥାୟୀ ଭାବେ ‘ଆୟୁଷ ଇନ୍ଫର୍ମେସନ୍ ସେଲ୍’ ଗଠନ କରି ସାରିଛି।
Follow Us