ଏମେରାଲ୍‌ଡ୍‌ ଷ୍ଟାର୍‌ର ଦୁର୍ଗତ ନାବିକଙ୍କ ଉଦ୍ଧାର ପାଇଁ ନୌସେନା ବିମାନ ପଠାଇଲା ଭାରତ

ଏମେରାଲ୍‌ଡ୍‌ ଷ୍ଟାର୍‌ର ଦୁର୍ଗତ ନାବିକଙ୍କ ଉଦ୍ଧାର ପାଇଁ ନୌସେନା ବିମାନ ପଠାଇଲା ଭାରତ

Photo Courtesy of The Indian Express

ନୂଆଦିଲ୍ଲୀ: ଫିଲିପ୍ପିନ୍‌ସ୍‌ର ଉତ୍ତର-ପୁର୍ବ ସମୁଦ୍ର ଜଳରାଶି ମଧ୍ୟରେ ବୁଡ଼ି ଯାଇଥିବା ପଣ୍ୟବାହୀ ଜାହାଜ ଏମ୍‌ଭି ଏମେରାଲ୍‌ଡ୍‌ ଷ୍ଟାର୍‌ର ନାବିକମାନଙ୍କୁ ଖୋଜିବା ନିମନ୍ତେ ଭାରତ ମାନିଲାକୁ ନୌବାହିନୀର ଏକ ପାଟ୍ରୋଲ୍‌ ବିମାନ ପଠାଇଛି।

ରବିବାର ରାତିରେ ପଠାଯାଇଥିବା ପି-୧୮ ପାଟ୍ରୋଲ୍‌ ବିମାନଟି ଦୁଇଟି ‘ସର୍ଚ ଆଣ୍ଡ୍‌ ରେସ୍କ୍ୟୁ’ କିଟ୍‌ ନେଇ ଯାଇଛି। ସେଥିରେ ରହିଥିବା ପବନ ଦିଆ ଡିଙ୍ଗି ଏବଂ ଜରୁରୀକାଳୀନ ଖାଦ୍ୟ ଏବଂ ଜଳ ଯୋଗାଣକୁ ଯେକୌଣସି ପୀଡ଼ିତଙ୍କ ନିକଟରେ ପକାଇ ହେବ।

୩୩, ୨୫୦ ଟନ୍‌ ଓଜନବିଶିଷ୍ଟ ପଣ୍ୟବାହୀ ଜାହାଜ ଏମେରାଲ୍‌ଡ୍‌ ଷ୍ଟାର୍‌ ଝଡ଼ବତାସ ଯୋଗୁଁ ଶୁକ୍ରବାର ଦିନ ଫିଲିପ୍ପିନ୍‌ସ୍‌ଠୁ ଦୂର ପ୍ରଶାନ୍ତ ମହାସାଗରରେ ବୁଡ଼ି ଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ୧୫ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୧୧ ଜଣ ନିଖୋଜଙ୍କୁ ଖୋଜା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe