ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଉଗ୍ରତର ହେଉଥିବା ବେଳେ ପାଲେଷ୍ଟାଇନ୍‌କୁ ଦ୍ବିତୀୟ ପର୍ଯ୍ୟାୟ ସହାୟତା ପଠାଇଲା ଭାରତ

Advertisment
ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଉଗ୍ରତର ହେଉଥିବା ବେଳେ ପାଲେଷ୍ଟାଇନ୍‌କୁ ଦ୍ବିତୀୟ ପର୍ଯ୍ୟାୟ ସହାୟତା ପଠାଇଲା ଭାରତ

Image Courtesy of India Today

ନୂଆଦିଲ୍ଲୀ: ଇସ୍ରାଏଲ୍‌ ଓ ହମାସ୍‌ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଉଗ୍ରତର ହେଉଥିବା ବେଳେ ଆଜି ଭାରତ ପାଲେ‌ଷ୍ଟାଇନ୍‌କୁ ଦ୍ବିତୀୟ ବ୍ୟାଚ୍‌ ସହାୟତା ପଠାଇଥିବା କଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ‘ଏକ୍ସ୍‌’ ପୋଷ୍ଟ୍‌ରୁ ଜଣାପଡ଼ିଛି।

‘ଏକ୍ସ୍‌’ କରି ସେ ଲେଖିଛନ୍ତି, ପାଲେଷ୍ଟାଇନ୍‌ବାସୀଙ୍କ ନିମନ୍ତେ ଆମେ ମାନବୀୟ ସହାୟତା ପଠାଇବା ଜାରି ରଖିଛୁ। ୩୨ ଟନ୍‌ ଓଜନର ସହାୟତା ବହନ କରି ଭାରତୀୟ ବାୟୁସେନାର ଦ୍ବିତୀୟ ବିମାନ ‘ସି୧୭’ ଇଜିପ୍ଟର ଏଲ୍‌-ଏରିଶ୍‌ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଛି।

ସ୍ମରଣଯୋଗ୍ୟ, ଅକ୍ଟୋବର ୨୨ ତାରିଖ ଦିନ ଭାରତ ପାଲେଷ୍ଟାଇନ୍‌କୁ ମେଡିକାଲ୍‌ ଓ ବିପର୍ଯ୍ୟୟକାଳୀନ ରିଲିଫ୍‌ ସାମଗ୍ରୀର ପ୍ରଥମ ବ୍ୟାଚ୍‌ ପଠାଇଥିଲା।

publive-image Image Courtesy of The Hindu

ଗାଜା ସହିତ ଥିବା ଇଜିପ୍ଟର ସୀମାନ୍ତ ରାଫା କ୍ରସିଙ୍ଗ୍‌ଠାରୁ ଏଲ୍‌-ଏରିଶ୍ ବିମାନ ବନ୍ଦର ପ୍ରାୟ ୪୫ କିଲୋମିଟର୍‌ ଦୂରରେ ଅବସ୍ଥିତ। ଗାଜାକୁ ମାନବୀୟ ସହାୟତା ପ୍ରେରଣ କରିବା ଲାଗି ସମ୍ପ୍ରତି ରାଫା ହେଉଛି ଏକମାତ୍ର ପ୍ରବେଶ ପଥ। କିନ୍ତୁ, ଇସ୍ରାଏଲ୍‌ ଓ ହମାସ୍‌ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହି ପ୍ରବେଶ ପଥ ବା ‘କ୍ରସିଙ୍ଗ୍‌’ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ।

ସଦ୍ୟତମ ସୂଚନା ଅନୁସାରେ, ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ସାମୟିକ ଅସ୍ତ୍ରବିରତି ନିମନ୍ତେ କୌଣସି ସନ୍ଧି ବା ରାଜିନାମା ହୋଇନାହିଁ ବୋଲି ଶନିବାର ରାତିରେ ହ୍ବାଇଟ୍‌ ହାଉସ୍‌ର ଜଣେ ମୁଖପାତ୍ର କହିଛନ୍ତି।

ଦୁହିଁଙ୍କ ମଧ୍ୟରେ ଅସ୍ତ୍ରବିରତି କରାଇବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଉଦ୍ୟମ ଚଳାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe