ନୂଆଦିଲ୍ଲୀ: ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନକୁ ଭାରତ ଆଜି ଦ୍ବିତୀୟ ପର୍ଯ୍ୟାୟ ମାନବିକ ସହାୟତା ଅଧୀନରେ ବିଭିନ୍ନ ସାମଗ୍ରୀ ପ୍ରେରଣ କରିଛି। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ସାମାଜିକ ଗଣମାଧ୍ୟମ ଏକ୍ସରେ ଏହି ସୂଚନା ଦେଇଛନ୍ତି। ଭାରତୀୟ ବାୟୁସେନାର ସି-୧୭ ବିମାନ ଜରିଆରେ ୩୨ ଟନ୍ ସହାୟତା ପଠାଯାଇଛି। ଇଜିପ୍ଟର ଏଲ-ଏରିଶ୍ ବିମାନ ବନ୍ଦରରେ ଏହି ସାମଗ୍ରୀ ପହଞ୍ଚିବ। ପ୍ରଥମ ପର୍ଯ୍ୟାୟରେ ଭାରତ ପାଲେଷ୍ଟାଇନକୁ ଗତ ଅକ୍ଟୋବର ୨୨ ତାରିଖରେ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଇଥିଲା। ଏଲ-ଏରିଶ ବିମାନ ବନ୍ଦର ରାଫା କ୍ରସିଂ ଠାରୁ ପ୍ରାୟ ୪୫ କିମି ଦୂରରେ ଅବସ୍ଥିତ। ରାଫା କ୍ରସିଂ ହେଉଛି ଏକମାତ୍ର ରାସ୍ତା ଯେଉଁ ବାଟେ ଗାଜାକୁ ସହାୟତା ସାମଗ୍ରୀ ପଠାଯାଇ ପାରୁଛି।
ପାଲେଷ୍ଟାଇନକୁ ଦ୍ବିତୀୟ ପର୍ଯ୍ୟାୟ ସହାୟତା ପଠାଇଲା ଭାରତ
Advertisment
Follow Us