ସଂଜୁ ସାମସନଙ୍କ ଶତକ, ଦକ୍ଷିଣ ଆଫ୍ରିକା ଆଗରେ ୨୦୩ ରନର ଲକ୍ଷ୍ୟ ରଖିଲା ଭାରତ

ଦକ୍ଷିଣ ଆଫ୍ରିକାର ଡରବାନଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକା ଆଗରେ ୨୦୩ ରନର ଲକ୍ଷ୍ୟ ରଖିଛି ଭାରତ। ଭାରତୀୟ ବ୍ୟାଟ୍ସମ୍ୟାନ ସଂଜୁ ସାମସନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୦ଟି ବଲରେ ୧୦୭ ରନ କରିଥିଲେ । 

sanju

ଡରବାନ : ଦକ୍ଷିଣ ଆଫ୍ରିକାର ଡରବାନଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକା ଆଗରେ ୨୦୩ ରନର ଲକ୍ଷ୍ୟ ରଖିଛି ଭାରତ । ଭାରତୀୟ ବ୍ୟାଟ୍ସମ୍ୟାନ ସଂଜୁ ସାମସନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୦ଟି ବଲରେ ୧୦୭ ରନ କରିଥିଲେ । 

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ସଂଜୁ ସାମସନ ବ୍ୟାଟିଂ ଓପନ କରିଥିଲେ । ତେବେ ଅଭିଷେକ ମାତ୍ର ୭ ରନ କରି ଆଉଟ ହୋଇଥିଲେ । ତେବେ ସଂଜୁ ସାମସନ ପ୍ରଥମେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପରେ ତିଳକ ବର୍ମାଙ୍କ ସହ ଉପଯୋଗୀ ପାଳି ଖେଳି ସ୍କୋରକୁ ଆଗେଇ ନେଇଥିଲେ । ସୂର୍ଯ୍ୟ ୨୧ ରନ ଓ ତିଳକ ୩୩ ରନ କରିଥିଲେ । ସଂଜୁ ସାମସନ ନିଜର ଶତକୀୟ ପାଳି ଖେଳ ଆଉଟ ହେବା ବେଳକୁ ଭାରତର ସ୍କୋର ୪ ଓ୍ବିକେଟରେ ୧୭୫ ରନ ଥିଲା । କିନ୍ତୁ ଭାରତର ମଧ୍ୟକ୍ରମ ବିଫଳ ହେବା ଫଳରେ ଆଉ ମାତ୍ର ୨୭ ରନ ଯୋଡ଼ି ଭାରତୀୟ ଇନିଂସର ପରିସମାପ୍ତି ହୋଇଥିଲା । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୦୨ ରନ କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe