Image Courtesy of The Indian Express
ନୂଆଦିଲ୍ଲୀ: ୩ କୋଟିରୁ ଅଧିକ କରୋନାଭାଇରସ୍ ନମୁନା ପରୀକ୍ଷା କରି ଭାରତ ନୂଆ ରେକର୍ଡ ସୃଷ୍ଟି କରିଛି। ସମଗ୍ର ଦେଶରେ ଡାଇଗ୍ନୋଷ୍ଟିକ୍ ଲ୍ୟାବ୍ ନେଟ୍ୱାର୍କ ବିସ୍ତାର ଏବଂ ସରଳ ପରୀକ୍ଷଣ ସୁବିଧା ଯୋଗୁଁ ଏତେ ସଂଖ୍ୟକ ପରୀକ୍ଷା ହୋଇ ପାରିଥିବା କଥା ଏକ ବିବୃତିରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ୭, ୩୧, ୬୯୭ ନମୁନା ପରୀକ୍ଷା କରାଯାଇଛି। ଏହି ଭଳି ଦୈନିକ ୧୦ ଲକ୍ଷ ନମୁନା ପରୀକ୍ଷା କରିବା ଅଭିଯାନରେ ଭାରତ ଆଗେଇ ଚାଲିଛି ବୋଲି ମନ୍ତ୍ରାଳୟ କହିଛି। ଏହି ହିସାବରେ ‘ଟେଷ୍ଟ୍ ପର୍ ମିଲିୟନ୍’ (ଟିଏମ୍ପି) ମଧ୍ୟ ତୀବ୍ର ଗତିରେ ବୃଦ୍ଧି ପାଇ ୨୧, ୭୬୯ରେ ପହଞ୍ଚିଛି।
 Image Courtesy of France 24ଜୁଲାଇ ୧୪ ସୁଦ୍ଧା ୧. ୨ କୋଟି ଥିବା ସମୁଦାୟ ପରୀକ୍ଷଣ ସଂଖ୍ୟା ବୃଦ୍ଧି ପାଇ ଅଗଷ୍ଟ ୧୬ ସୁଦ୍ଧା ୩. ୦ କୋଟିରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ପଜିଟିଭିଟି ସଂଖ୍ୟା ମଧ୍ୟ ୭.୫%ରୁ ୮.୮୧%କୁ ବୃଦ୍ଧି ପାଇଛି। ଅଧିକ ସଂଖ୍ୟକ ପରୀକ୍ଷଣ ଯୋଗୁଁ ପଜିଟିଭିଟି ସଂଖ୍ୟା ବଢୁଥିଲେ ବି ତୁରନ୍ତ ଆଇସୋଲେସନ୍, ଟ୍ରାକିଙ୍ଗ୍ ଓ ନୈଦାନିକ ପରିଚାଳନା ଯୋଗୁଁ କ୍ରମେ ପଜିଟିଭିଟି ସଂଖ୍ୟା ହ୍ରାସ ପାଉଛି। ଏହାର ଦୃଷ୍ଟାନ୍ତ ଭାବେ ଦିଲ୍ଲୀ ପରିସ୍ଥିତିକୁ ଗ୍ରହଣ କରାଯାଇ ପାରେ।
ବ୍ୟାପକ ପରୀକ୍ଷଣ ଯୋଗୁଁ କରୋନାଭାଇରସ୍ ସଂକ୍ରମଣ ଶୀଘ୍ର ଚିହ୍ନଟ ହେବା ସହ ପଜିଟିଭ୍ ମାମଲାକୁ ଆଇସୋଲେସନ୍ କରାଯାଇ ପାରୁଛି। ଏଥିସହ ଡାକ୍ତରୀ ଚିକିତ୍ସା ମଧ୍ୟ ମୃତ୍ୟୁହାର କମାଉଛି। ସୁତରାଂ ପରୀକ୍ଷା ଯୋଗୁଁ ପଜିଟିଭିଟି ହାର କମ୍ ରହିବା ସହ ମୃତ୍ୟୁ ହାର ବି କମ୍ ରହୁଛି।
  
 Follow Us