ଭାରତର ବଡ଼ ସଫଳତା, ଖସିଲା ପାକିସ୍ତାନର ଏଫ-୧୬ ଲଢୁଆ ବିମାନ

ଭାରତର ସଦୃଢ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏସ-୪୦୦ ପାକିସ୍ତାନ ବାୟୁସେନା ଚଳାଉଥିବା ଆମେରିକାର ଶକ୍ତିଶାଳୀ ଏଫ-୧୬ ବିମାନକୁ ତଳକୁ ଖସାଇଦେଇଛି । ଏହା କେବଳ ପାକିସ୍ତାନ ନୁହେଁ, ଖୋଦ ଆମେରିକା ପାଇଁ ମଧ୍ୟ ଏକ ଧକ୍କା ସଦୃଶ ହୋଇଛି ।

ଅଦ୍ୟତନ ହୋଇଛି
f

ନୂଆଦିଲ୍ଲୀ : ଭାରତର ଚେତାବନୀ ସତ୍ତ୍ବେ ପାକିସ୍ତାନ ଭାରତର ପ୍ରତିରକ୍ଷା ଓ ବେସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରିଛି । ତେବେ ଏହାର ଦୃଢ ଜବାବ ଦେଇଛି ଭାରତ । ଭାରତର ସଦୃଢ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏସ-୪୦୦ ପାକିସ୍ତାନ ବାୟୁସେନା ଚଳାଉଥିବା ଆମେରିକାର ଶକ୍ତିଶାଳୀ ଏଫ-୧୬ ବିମାନକୁ ତଳକୁ ଖସାଇଦେଇଛି । ଏହା କେବଳ ପାକିସ୍ତାନ ନୁହେଁ, ଖୋଦ ଆମେରିକା ପାଇଁ ମଧ୍ୟ ଏକ ଧକ୍କା ସଦୃଶ ହୋଇଛି । କାରଣ ଆମେରିକା ନିଜର ଏଫ-୧୬କୁ ବେଶ ଶକ୍ତିଶାଳୀ ବୋଲି ପ୍ରଚାର କରିଥାଏ । କେବଳ ଆମେରିକାର ଏଫ-୧୬ ନୁହେଁ, ପାକିସ୍ତାନର ଦୁଇଟି ଚୀନ ନିର୍ମିତ ବିମାନକୁ ମଧ୍ୟ ଏସ-୪୦୦ ଖସାଇ ଦେଇଛି । ଏହା ପୂର୍ବରୁ ୨୦୧୯ରେ ବି ଭାରତ ପାକିସ୍ତାନର ଏକ ଏଫ-୧୬କୁ ଖସାଇ ଦେଇଥିଲା ।

ସେପଟେ ଡ୍ରୋନ ମାଧ୍ୟମରେ ବି ପାକିସ୍ତାନ ଆକ୍ରମଣ କରିବାକୁ ଉଦ୍ୟମ କରୁଛି । ଜମ୍ମୁ-କାଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଅନେକ ଅଞ୍ଚଳରେ ପାକିସ୍ତାନ ପୁଣିଥରେ ଡ୍ରୋନ୍ ଆକ୍ରମଣ କରିବାକୁ ବିଫଳ ପ୍ରୟାସ କରିଛି। ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦୁଇଟି ପାକିସ୍ତାନୀ ଡ୍ରୋନକୁ ଖସାଇ ଦେଇଛି। ପାକିସ୍ତାନ ଡ୍ରୋନ୍ ସାହାଯ୍ୟରେ ଜମ୍ମୁ ବିମାନବନ୍ଦର, ଜମ୍ମୁ ରେଳ ଷ୍ଟେସନ, ଚନ୍ନି ହିମ୍ମତ (ଜମ୍ମୁ), ଆରଏସ ପୁରା (ଜମ୍ମୁ ସଂଲଗ୍ନ ସୀମାନ୍ତ ଅଞ୍ଚଳ) ଉପରେ ଆକ୍ରମଣ କରିବାକୁ ବିଫଳ ପ୍ରୟାସ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe