ଫ୍ରାନ୍ସ ସହ ୬୩ ହଜାର କୋଟିର ଚୁକ୍ତି ସ୍ବାକ୍ଷର: ୨୬ ରାଫେଲ୍‌-ଏମ୍‌ ଯୁଦ୍ଧବିମାନ କିଣିବ ଭାରତ

Advertisment

ଭ‌ାରତୀୟ ନୌସେନା ସେନା ପାଇଁ ପ୍ରାୟ ୬୩ ହଜାର କୋଟି ଟଙ୍କାର ରାଫେଲ ମେରାଇନ ଯୁଦ୍ଧ ବିମାନ କିଣିବାପାଇଁ ଭ‌ାରତ ଏବଂ ଫ୍ରାନ୍ସ ମଧ୍ୟରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି।

ଭ‌ାରତୀୟ ନୌସେନା ସେନା ପାଇଁ ପ୍ରାୟ ୬୩ ହଜାର କୋଟି ଟଙ୍କାର ରାଫେଲ ମେରାଇନ ଯୁଦ୍ଧ ବିମାନ କିଣିବାପାଇଁ ଭ‌ାରତ ଏବଂ ଫ୍ରାନ୍ସ ମଧ୍ୟରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି।

ddcdcvb

ନୂଆଦିଲ୍ଲୀ: ଭ‌ାରତୀୟ ନୌସେନା ସେନା ପାଇଁ ପ୍ରାୟ ୬୩ ହଜାର କୋଟି ଟଙ୍କାର ରାଫେଲ ମେରାଇନ ଯୁଦ୍ଧ ବିମାନ କିଣିବାପାଇଁ ଭ‌ାରତ ଏବଂ ଫ୍ରାନ୍ସ ମଧ୍ୟରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି। ୨୬ଟି ରାଫେଲ ମେରାଇନ ବିମାନ ପାଇଁ ଏକ ଆଭାସୀ କାର୍ଯ୍ୟକ୍ରମରେ ଏହି ଚୁକ୍ତି ସ୍ବାକ୍ଷର ହୋଇଛି। ଚୁକ୍ତି ସ୍ବାକ୍ଷର ସମୟରେ ଭାରତ ପକ୍ଷରୁ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ପ୍ରତିନିଧିତ୍ବ କରିଥିଲେ। ଏହି ସମୟରେ ନୌସେନା ଉପମୁଖ୍ୟ ଆଡମିରାଲ୍‌ କେ ସ୍ବାମୀନାଥନ ଉପସ୍ଥିତ ଥିଲେ।

ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବାବେଳେ ଏହି ସମୟ‌‌ରେ ଭାରତ ନିଜର ସାମରିକ ଶକ୍ତିକୁ ଆହୁରି ଅଧିକ ସୁଦୃଢ଼ କରିବାକୁ ଯାଇ ନୌସେନା ପାଇଁ ରାଫେଲ୍‌ ମେରାଇନ ଯୁଦ୍ଧ ବିମାନ କ୍ରୟ କରିବାକୁ ଆଜି ୬୩ ହଜାର କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଛି। ସ୍ବଦେଶୀ ବିମାନ ବାହକ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ଏହି ରାଫେଲ୍‌ ଜେଟ୍‌ ମୁତୟନ କରାଯିବ। ୨୨ଟି ସିଙ୍ଗଲ୍‌ ସିଟ୍‌ ରାଫେଲ ଏମ୍‌ ଫାଇଟର୍‌ ଏବଂ ୪ଟି ଡବଲ୍‌ ସିଟ୍‌ ଯୁଦ୍ଧ ବିମାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସିସିଏସ୍‌ (ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି) ବୈଠକରେ ଏହି ରାଫେଲ୍‌ ଯୁଦ୍ଧ ବିମାନ କ୍ରୟକୁ ଅନୁମୋଦନ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe