Photo Courtesy of TOI
ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦ ପ୍ରାୟଜନ ନୀତିକୁ ଦୃଢ଼ ବିରୋଧ କରି ଭାରତ କହିଛି ଯେ ସେ ଦେଶ ଏବେ ‘ଟେରୋରିସ୍ତାନ’ ବା ‘ନିରୋଳା ଆତଙ୍କ’ ଦେଶ ପାଲଟି ଗଲାଣି।
ବିକାଶଶାଳୀ ଶିଳ୍ପରୁ ଉତ୍ପାଦନ ଓ ଜାଗତିକ ଆତଙ୍କବାଦ ରପ୍ତାନି କରି ‘ପାକିସ୍ତାନ’ ଏବେ ‘ଟେରୋରିସ୍ତାନ’ ପାଲଟି ଯାଇଛି ବୋଲି ଜେନେଭାସ୍ଥିତ ଜାତିସଂଘ ସାଧାରଣ ସଭାରେ ଭାରତ ନିଜର ‘ଉତ୍ତର ଦେବା ଅଧିକାର’ରେ ଏ କଥା କହିଛି।
ଉର୍ଦ୍ଦୁ ଶବ୍ଦ ପାକ୍ର ଅର୍ଥ ‘ପବିତ୍ର’କୁ ବିଶ୍ଳେଷଣ କରି ଭାରତ କହିଛି ଯେ ନୀତିନିଷ୍ଠ ଏବଂ ଧାର୍ମିକ ଅଭିପ୍ସାକୁ ବହୁଦିନରୁ ତେଜ୍ୟ କରି ପାକିସ୍ତାନ ଏବେ ଆତଙ୍କବାଦର ଅନ୍ୟ ନାମ ପାଲଟିଗଲାଣି ବୋଲି ଜାତିସଂଘରେ ଭାରତର ପ୍ରତିନିଧି କହିଛନ୍ତି।
ଗୁରୁବାର ଦିନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହିଦ୍ ଖାକନ୍ ଅବ୍ଦାସି ୟୁଏନ୍ଜିଏରେ ନିଜର ପ୍ରଥମ ଅଭିଭାଷଣରେ କଶ୍ମୀର ଓ ଆତଙ୍କବାଦ ପ୍ରସଙ୍ଗରେ ଉଠାଇ ଥିବା ଅଭିଯୋଗର ଉତ୍ତରରେ ଭାରତ ଏ ଭଳି ବିବୃତି ଦେଇଛି।
Follow Us