ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣ ପରେ ଭାରତରୁ ପାକିସ୍ତାନକୁ ଯାଉଥିବା ସିନ୍ଧୁ ନଦୀ ଜଳକୁ ଭାରତ ସରକାର ବନ୍ଦ କରି ଦେଲେ ବୋଲି ଶୁଣିବାକୁ ମିଳିଥିଲା ଏବେ ସେ ନେଇ ସ୍ପଷ୍ଟ ସୂଚନା ମିଳିଛି। କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମେଘଓ୍ଵାଲ ରାଜସ୍ଥାନର ବିକାନେରଠାରେ କହିଛନ୍ତି କି ଦେଶର ତିନଟି ପୂର୍ବ ନଦୀ ଜଳକୁ ପାକିସ୍ତାନକୁ ବନ୍ଦ କରି ଦିଆଯାଇଛି। ଫେବ୍ରୁଆରି ୧୪ ତାରିଖରେ ହୋଇଥିବା ପୁଲଓ୍ଵାମା ଆକ୍ରମଣରେ ୪୦ ଯବାନ ସହିଦ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦକୁ ଏହି ଆକ୍ରମଣ ପାଇଁ ଦାୟୀ କରାଯାଇଛି।
ରିପୋର୍ଟରମାନଙ୍କୁ କେନ୍ଦ୍ର ମନ୍ତ୍ରୀ ମେଘଓ୍ଵାଲ କହିଛନ୍ତି କି ‘ପାକିସ୍ତାନରେ ବୋହୁ ଥିବା ପୂର୍ବ ନଦୀଗୁଡ଼ିକର ଜଳକୁ ୦.୫୩ ମିଲିୟନ ଏକର-ଫୁଟ୍କୁ ମିଳୁଥିବା ସହାୟତାକୁ ରୋକି ଦିଆଯାଇଛି। ରାଜସ୍ଥାନ ଓ ପଞ୍ଜାବକୁ ଏହି ପାଣିର ଆବଶ୍ୟକତା ରହିଛି। ଏହି ପାଣିକୁ ଏବେ ରାଜସ୍ଥାନ ଓ ପଞ୍ଜାବରେ ପାନୀୟ ଓ କୃଷି ଉଦେଶ୍ୟରେ ବ୍ୟବହାର କରାଯିବ।’
ଭାରତ ସରକାର ନେଇଥିବା ଏହି ନିଷ୍ପତ୍ତି ୧୯୬୦ ମସିହାର ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଭଙ୍ଗ କରୁନାହିଁ। ପଲଓ୍ଵାମା ଆକ୍ରମଣ ପରେ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ବନ୍ଦ କରି ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି କହିଥିଲେ।
Follow Us