Advertisment

ଭାରତ ରଣନୈତିକ ସହଯୋଗୀ : ଆମେରିକା

Advertisment

ବାଣିଜ୍ୟ ଯୁଦ୍ଧ ମଧ୍ୟରେ ଆମେରିକାରୁ ଏକ ସକାରାତ୍ମକ ବୟାନ ଆସିଛି । ଆମେରିକା ପକ୍ଷରୁ ଭାରତକୁ ଏକ ରଣନୈତିକ ସହଯୋଗୀ ବୋଲି କୁହାଯିବା ସହ ଭାରତ ସହ ଆଲୋଚନା ଜାରି ରହିବ ବୋଲି କୁହାଯାଇଛି । 

ବାଣିଜ୍ୟ ଯୁଦ୍ଧ ମଧ୍ୟରେ ଆମେରିକାରୁ ଏକ ସକାରାତ୍ମକ ବୟାନ ଆସିଛି । ଆମେରିକା ପକ୍ଷରୁ ଭାରତକୁ ଏକ ରଣନୈତିକ ସହଯୋଗୀ ବୋଲି କୁହାଯିବା ସହ ଭାରତ ସହ ଆଲୋଚନା ଜାରି ରହିବ ବୋଲି କୁହାଯାଇଛି । 

usa

ଓ୍ବାସିଂଟନ : ଭାରତ ସହ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଓ ଟ୍ରମ୍ପଙ୍କ ତିକ୍ତ ବୟାନବାଜୀ ଯୋଗୁଁ ଦ୍ବିପାକ୍ଷିକ ସଂପର୍କରେ ଯଥେଷ୍ଟ ଅବନତି ହୋଇଛି । ବିଶେଷକରି ଆମେରିକାରେ ଥାଇ ପାକିସ୍ତାନ ସେନାମୁଖ୍ୟ ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେବାକୁ ନେଇ ଭାରତ ଆମେରିକାକୁ ସମାଲୋଚନା କରିଛି । ଏପରି ସ୍ଥିତିରେ ଆମେରିକାରୁ ଏକ ସକାରାତ୍ମକ ବୟାନ ଆସିଛି । ଆମେରିକା ପକ୍ଷରୁ ଭାରତକୁ ଏକ ରଣନୈତିକ ସହଯୋଗୀ ବୋଲି କୁହାଯିବା ସହ ଭାରତ ସହ ଆଲୋଚନା ଜାରି ରହିବ ବୋଲି କୁହାଯାଇଛି । 

ଆମେରିକୀୟ ବୈଦେଶିକ ବିଭାଗର ପ୍ରମୁଖ ଉପ-ମୁଖପାତ୍ର ଟମି ପିଗଟ୍ କହିଛନ୍ତି ଯେ ରାଷ୍ଟ୍ରପତି (ଡୋନାଲ୍ଡ ଟ୍ରମ୍ପ) ବାଣିଜ୍ୟ ଅସନ୍ତୁଳନ ଏବଂ ତୈଳ କ୍ରୟ ବିଷୟରେ ତାଙ୍କର ଚିନ୍ତା ସ୍ପଷ୍ଟ କରିଥିଲେ କିନ୍ତୁ ଭାରତ ଏକ ରଣନୈତିକ ଅଂଶୀଦାର  ଯାହା ସହିତ ଆମେରିକା "ପୂର୍ଣ୍ଣ ଏବଂ ସ୍ପଷ୍ଟ ଆଲୋଚନା" ବଜାୟ ରଖାଯିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ପିଗଟ୍ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସହ ଥିବା ମତଭେଦଗୁଡ଼ିକର ସମାଧାନ ପାଇଁ ଟ୍ରମ୍ପ ପ୍ରଶାସନ ପ୍ରତିବଦ୍ଧ । ଭାରତର ସହ ଥିବା ମତଭେଦର ପ୍ରମୁଖ କାରଣ ଭାବେ ବାଣିଜ୍ୟିକ ଅସନ୍ତୁଳନ ଓ ରୁଷରୁ ତୈଳକ୍ରୟ ବୋଲି ସେ ଦର୍ଶାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe