ପାକିସ୍ତାନକୁ ଭାରତର କଡ଼ା ସମାଲୋଚନା: ମିଛ କଥା ନକହି ଭାରତୀୟ ସୀମା ଛାଡ଼

Advertisment

ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ମିଛ କଥା ପ୍ରଚାର ନକରି ଅଧିକାର କରି ରଖିବା ଭାରତର ସୀମାକୁ ଖାଲି କର ବୋଲି ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି।

ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ମିଛ କଥା ପ୍ରଚାର ନକରି ଅଧିକାର କରି ରଖିବା ଭାରତର ସୀମାକୁ ଖାଲି କର ବୋଲି ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି।

ffgfgf

Photograph: ( Newsx)

ନୂଆଦିଲ୍ଳୀ: ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ମିଛ କଥା ପ୍ରଚାର ନକରି ଅଧିକାର କରି ରଖିବା ଭାରତର ସୀମାକୁ ଖାଲି କର ବୋଲି ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି। ପାକିସ୍ତାନ ବିଦେଶ ମନ୍ତ୍ରଣାଳୟର ବୟାନକୁ ସମାଲୋଚନା କରି ରଣଧୀର କହିଛନ୍ତି, ସମଗ୍ର ବିଶ୍ବ ଜାଣିଛି ଯେ ପାକିସ୍ତାନ ଆତଙ୍କବାଦର ଏକ ସକ୍ରିୟ ପ୍ରୋତ୍ସାହନକାରୀ। ଏଣୁ ଜମ୍ମୁ ଓ କାଶ୍ମୀର ସମ୍ପର୍କରେ ପୁଣି ମିଥ୍ୟା ପ୍ରଚାର ନକରି ଅଧିକାର କରିଥିବା ଭାରତୀୟ ଅଞ୍ଚଳକୁ ତୁରନ୍ତ ଖାଲି କରନ୍ତୁ।

ନିକଟରେ ‌ଆମେରିକୀୟ ଲେକ୍ସ ଫ୍ରେଡ୍‌ମେନ୍‌ଙ୍କୁ ଦେଇଥିବା ଏକ ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ପାକିସ୍ତାନ ସହ ପୁଣି କଥାବାର୍ତ୍ତା ଆରମ୍ଭ କରିବା ଓ ସ୍ଥିତି ସୁଧାରିବାକୁ ସେ ବ୍ୟକ୍ତିଗତ ଭାବେ ଅନେକ ଥର ପ୍ରଚେଷ୍ଟା କରିଛନ୍ତି। କିନ୍ତୁ ପ୍ରତିଥର ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ପାକିସ୍ତାନ ଏହି ପ୍ରଚେଷ୍ଟାକୁ ପ୍ରତିଘାତ କରିଛି। ଏହାପରେ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ବଲୁଚିସ୍ତାନ୍ତରେ ଜାଫର ଏକ୍ସପ୍ରେସ୍‌ ଆକ୍ରମଣ କଥା ଉଠାଇ ପାକିସ୍ତାନରେ ଭାରତ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe