ୟୁନୁସଙ୍କ ଟିପ୍ପଣୀକୁ ଭାରତର ତୀବ୍ର ବିରୋଧ

Advertisment

ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ ଭାରତର ଉତ୍ତରପୂର୍ବ ଅଞ୍ଚଳକୁ ସ୍ଥଳଭାଗ ଦ୍ବାରା ଆବଦ୍ଧ ଅଞ୍ଚଳ ବୋଲି କହିଛନ୍ତି। ୪ ଦିନିଆ ଚୀନ୍‌ ଗସ୍ତ ଅବସରରେ ୟୁନୁସ୍‌ ଚୀନ୍‌କୁ ବାଂଲାଦେଶରେ ନିବେଶ ପାଇଁ ନିମନ୍ତ୍ରଣ କରିଛନ୍ତି।

ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ ଭାରତର ଉତ୍ତରପୂର୍ବ ଅଞ୍ଚଳକୁ ସ୍ଥଳଭାଗ ଦ୍ବାରା ଆବଦ୍ଧ ଅଞ୍ଚଳ ବୋଲି କହିଛନ୍ତି। ୪ ଦିନିଆ ଚୀନ୍‌ ଗସ୍ତ ଅବସରରେ ୟୁନୁସ୍‌ ଚୀନ୍‌କୁ ବାଂଲାଦେଶରେ ନିବେଶ ପାଇଁ ନିମନ୍ତ୍ରଣ କରିଛନ୍ତି।

yunus

ନୂଆଦିଲ୍ଲୀ:  ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ ଭାରତର ଉତ୍ତରପୂର୍ବ ଅଞ୍ଚଳକୁ ସ୍ଥଳଭାଗ ଦ୍ବାରା ଆବଦ୍ଧ ଅଞ୍ଚଳ ବୋଲି କହିଛନ୍ତି। ୪ ଦିନିଆ ଚୀନ୍‌ ଗସ୍ତ ଅବସରରେ ୟୁନୁସ୍‌ ଚୀନ୍‌କୁ ବାଂଲାଦେଶରେ ନିବେଶ ପାଇଁ ନିମନ୍ତ୍ରଣ କରିଛନ୍ତି। ଏହି ଅବସରରେ ସେ  ଏକ ବିବାଦୀୟ ଟିପ୍ପଣୀ ଦେଇ କହିଛନ୍ତି, ‘ ଭାରତର ପୂର୍ବରେ ଥିବା ୭ଟି ରାଜ୍ୟ ଲାଣ୍ଡଲକ୍‌ଡ ଅର୍ଥା‌ତ୍‌ ସ୍ଥଳ ଭାଗ ଦ୍ବାରା ଆବଦ୍ଧ ଅଞ୍ଚଳ। ସେମାନଙ୍କର ସମୁଦ୍ରକୁ ସଂଯୋଗ ବାଟ ନାହିଁ। ବାଂଲାଦେଶ ସମୁଦ୍ରର ଏକମାତ୍ର ଅଭିଭାବକ। ଚୀନ୍‌ ଅର୍ଥନୀତି ବୃଦ୍ଧି ପାଇଁ ଏହା ଏକ ବଡ଼ ସମ୍ଭାବନା ସୃଷ୍ଟି କରିବ। ୟୁନୁସଙ୍କ ଏହି ଟିପ୍ପଣୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ଭାରତ ଏହାର ତୀବ୍ର ବିରୋଧ କରିଛି।  

ବାଂଲାଦେଶ ଅର୍ଥନୀତି ଭୁଶୁଡ଼ି ପଡ଼ିଛି : ପ୍ରତିରକ୍ଷା ବିଶେଷଜ୍ଞ

ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା କମିଟି ସଦସ୍ୟ ସଂଜୀବ ସନ୍ୟାଲ ୟୁନୁସଙ୍କ ଟିପ୍ପଣୀରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି,‘ଏହ‌ା ଆଶ୍ଚର୍ଯ୍ୟଜନକ ଯେ ଭାରତରେ ୭ଟି ରାଜ୍ୟ ଲାଣ୍ଡ୍‌-ଲକ୍‌ଡ ଥିବା ଆଧାରରେ ୟୁନୁସ୍‌ ଚୀନ୍‌କୁ  ବାଂଲାଦେଶରେ ବିନିଯୋଗ ପାଇଁ  ଅନୁ‌ରୋଧ କରୁଛନ୍ତି।  କିନ୍ତୁ  ଏହି ୭ ଭାରତୀୟ ରାଜ୍ୟ ଲ୍ୟାଣ୍ଡଲକ୍‌ଡ ସମ୍ପର୍କରେ ମନ୍ତବ୍ୟ ଦେବାର ନିହିତାର୍ଥ କ’ଣ ସେନେଇ ସନ୍ୟାଲ ପ୍ରଶ୍ନ କରିଛନ୍ତି। ପ୍ରତିରକ୍ଷା ବିଶେଷଜ୍ଞମାନେ ମଧ୍ୟ ୟୁନୁସଙ୍କ ଟିପ୍ପଣୀକୁ ସମାଲୋଚନା କରିଛନ୍ତି। ଜ‌ଣେ ଅବସରପ୍ରାପ୍ତ ପ୍ରତିରକ୍ଷା ବିଶେଷଜ୍ଞ କ୍ୟାପେଟେନ ଅନୀଲ ଗୌର ୟୁନୁସଙ୍କ ଟିପ୍ପଣୀକୁ ବାଂଲାଦେଶର ଅର୍ଥନୈତିକ ସମସ୍ୟା ସହ ଯୋଡ଼ିଛନ୍ତି।  ବାଂଲାଦେଶ ଅର୍ଥନୀତି ଭୁଶୁଡ଼ି ପଡ଼ିଥିବାରୁ ୟୁନୁସ୍‌ ପାଣ୍ଠି ସଂଗ୍ରହ ପାଇଁ ଚୀନ୍‌ ଯାଇଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe