ଭାରତ ଜଳଚୁକ୍ତି ଅଧ୍ୟୟନ କରୁଛି, ପାଣି ପାକିସ୍ତାନକୁ ନୁହେଁ ରାଜସ୍ଥାନ ଓ ପଞ୍ଜାବକୁ ଯିବ: ନୀତିନ ଗଡ଼କରି

ଭାରତ ଜଳଚୁକ୍ତି ଅଧ୍ୟୟନ କରୁଛି, ପାଣି ପାକିସ୍ତାନକୁ ନୁହେଁ ରାଜସ୍ଥାନ ଓ ପଞ୍ଜାବକୁ ଯିବ: ନୀତିନ ଗଡ଼କରି

Image Source: India Today

ନୂଆଦିଲ୍ଲୀ: ପୁଣି ଥରେ ସିନ୍ଧୁ ନଦୀ ଜଳ ରାଜିନାମା ପ୍ରସଙ୍ଗ ଉତ୍ଥାପନ କରି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି ଯେ ଭାରତ ଜଳ ବଣ୍ଟନ ରାଜିନାମା ଅଧ୍ୟୟନ କରୁଛି। ପାକିସ୍ତାନକୁ ପାଣି ଦିଆଯିବା ପରିବର୍ତ୍ତେ ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନକୁ ପଠାଯିବ।

ସେ ଆହୁରି କହିଛନ୍ତି: ତିନିଟି ନଈରୁ ପାଣି ପାକିସ୍ତାନକୁ  ଯାଉଛି, ଆମେ ତାହା ବନ୍ଦ କରିବାକୁ ଚାହୁଁ ନାହୁଁ। କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ରାଜିନାମାର  ଆଧାର ହେଉଛି ଶାନ୍ତିପୂର୍ଣ୍ଣ ସମ୍ପର୍କ ଏବଂ ବନ୍ଧୁତା ଯାହା ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଛି। ତେଣୁ ଆମେ ସେ ରାଜିନାମା ମାନିବାକୁ ବାଧ୍ୟ ନୋହୁଁ।

ପାକିସ୍ତାନ ବରାବର ଆତଙ୍କବାଦୀଙ୍କୁ ସମର୍ଥନ କରୁଛି। ଯଦି ପାକିସ୍ତାନ ଆତଙ୍କବାଦ ବନ୍ଦ ନ କରେ, ପାକିସ୍ତାନକୁ ପାଣି ବନ୍ଦ କରିବା ଛଡ଼ା ଆମ ପାଖରେ ଅନ୍ୟ ବିକଳ୍ପ ନାହିଁ। ତେଣୁ ଭାରତ ଭିତିରିଆ ଏହି ରାଜିନାମା ଅଧ୍ୟୟନ କରିବା ଆରମ୍ଭ କରିଛି। ପାଣି ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନ ଯିବ।

୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ସିନ୍ଧୁ ଜଳ ଚୁକ୍ତି ଅନୁସାରେ, ତିନିଟି ପୂର୍ବୀୟ ଦନୀ ରବି, ସୁତଲେଜ୍‌ ଏବଂ ବେୟସ୍‌ ଜଳ ଭାରତର ବ୍ୟବହାର ପାଇଁ  ଯିବ। ତିନି ପଶ୍ଚିମୀ ନଦୀ ସିନ୍ଧୁ, ଝେଲମ୍‌ ଏବଂ ଚେନାବର ଜଳ ପାକିସ୍ତାନକୁ ଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe