ପରମାଣୁ ଶକ୍ତିସମ୍ପନ୍ନ ‘ଶୌର୍ଯ୍ୟ’ କ୍ଷେପଣାସ୍ତ୍ରର ନୂତନ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କଲା ଭାରତ

ପରମାଣୁ ଶକ୍ତିସମ୍ପନ୍ନ ‘ଶୌର୍ଯ୍ୟ’ କ୍ଷେପଣାସ୍ତ୍ରର ନୂତନ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କଲା ଭାରତ

Image Courtesy of WION

ବାଲେଶ୍ବର: ଆଜି ଅପରାହ୍ଣରେ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟରୁ ଭାରତ ପରମାଣୁ ଶକ୍ତିସମ୍ପନ୍ନ ‘ଶୌର୍ଯ୍ୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଏହି ‌‌କ୍ଷେପଣାସ୍ତ୍ର ପ୍ରାୟ ୮୦୦ କି. ମି. ଦୂରରେ ଥିବା ଲକ୍ଷ୍ୟ ଭେଦ କରିପାରିବ।

ଶୀର୍ଷସ୍ତରୀୟ ସୂତ୍ରରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ଏହି କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ ହୋଇଛି। ସେନାବାହିନୀରେ ଥିବା ଏହି ଶ୍ରେଣୀୟ ଅନ୍ୟ ଗୋଟିଏ କ୍ଷେପଣାସ୍ତ୍ରର ପରିପୂରକ ହେବା ଲାଗି ‘ଶୌର୍ଯ୍ୟ’କୁ ସାମିଲ କରାଯିବ। ଏବେ ସେନାବାହିନୀରେ ଥିବା କ୍ଷେପଣାସ୍ତ୍ରର ତୁଳନାରେ ‘ଶୌର୍ଯ୍ୟ’ ବ୍ୟବହାର ନିମନ୍ତେ ଅଧିକ ହାଲୁକା ଓ ସହଜ ହେବ।

publive-image Image Courtesy of DNA India

ଲକ୍ଷ୍ୟସ୍ଥଳକୁ ଗତି କରିବା ବେଳେ ଗତି ପଥର ଅନ୍ତିମ ପର୍ଯ୍ୟାୟରେ ବା ଲକ୍ଷ୍ୟ ଭେଦ କରିବାକୁ ଆଉ ଅଳ୍ପ ସମୟ ବାକି ଥିବା ବେଳେ କ୍ଷେପଣାସ୍ତ୍ର ‌‘ଶୌର୍ଯ୍ୟ’ ହାଇପର୍‌ସୋନିକ୍ ବେଗରେ ଗତି କରିବ।

ଯୁଦ୍ଧ ପାଇଁ ଆବଶ୍ୟକ କ୍ଷେପଣାସ୍ତ୍ର ନିମନ୍ତେ ପୂର୍ଣ୍ଣ ଆତ୍ମନିର୍ଭର ହେବା ଲାଗି ‘ଡିଫେନ୍‌ସ୍ ରିସର୍ଚ ଆଣ୍ଡ୍ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍’ (ଡିଆର୍‌ଡିଓ) କାର୍ଯ୍ୟ କରିଆସୁଛି। ପ୍ରତିରକ୍ଷା କ୍ଷେତ୍ରରେ ନିର୍ଭରଶୀଳ ନ ହେବା ଲାଗି ଏବର୍ଷ ଆଦ୍ୟ ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଡାକରା ଦେବା ପରେ ‘ଡିଆର୍‌ଡିଓ’ ତା’ର ପ୍ରଚେଷ୍ଟାକୁ ଆହୁରି ତ୍ବରାନ୍ବିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe