‘ତୁମ ସମସ୍ୟା ପାଇଁ ଆମକୁ ଦାୟୀ କରନି’ ବାଂଲାଦେଶର ଉଚ୍ଚାୟୁକ୍ତଙ୍କୁ ଡକାଇ ବିରୋଧ ଜଣାଇଲା ଭାରତ

ନୂଆଦିଲ୍ଲୀରେ ଅବସ୍ଥାପିତ ବାଂଲାଦେଶର ହାଇକମିସନର ମହମ୍ମଦ ନୁରୁଲ ଇସଲାମଙ୍କୁ ସମନ କରିଛି ଭାରତ । ବାଂଲାଦେଶର ଆଭ୍ୟନ୍ତରୀଣ ସମସ୍ୟା ଲାଗି ଭାରତକୁ ଦାୟୀ କରାଯିବାକୁ ନେଇ ନୂଆଦିଲ୍ଲୀ ନିଜର ଅସନ୍ତୋଷ ଜଣାଇଛି।

bangla

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଅବସ୍ଥାପିତ ବାଂଲାଦେଶର ହାଇକମିସନର ମହମ୍ମଦ ନୁରୁଲ ଇସଲାମଙ୍କୁ ସମନ କରିଛି ଭାରତ । ବାଂଲାଦେଶର ଆଭ୍ୟନ୍ତରୀଣ ସମସ୍ୟା ଲାଗି ଭାରତକୁ ଦାୟୀ କରାଯିବାକୁ ନେଇ ନୂଆଦିଲ୍ଲୀ ନିଜର ଅସନ୍ତୋଷ ଜଣାଇଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ତାଙ୍କୁ ୨୦୨୫ ଫେବ୍ରୁଆରି ୭ ତାରିଖ ଅପରାହ୍ନ ୫ଟାରେ ଡକାଯାଇଥିଲା। ତାଙ୍କୁ ସୂଚନା ଦିଆଯାଇଥିଲା ଯେ ଭାରତ ବାଂଲାଦେଶ ସହିତ ଏକ ସକାରାତ୍ମକ, ଗଠନମୂଳକ ଏବଂ ପାରସ୍ପରିକ ଲାଭଦାୟକ ସମ୍ପର୍କ ଚାହୁଁଛି, ଯାହା ନିକଟରେ ଉଚ୍ଚସ୍ତରୀୟ ବୈଠକରେ ଅନେକ ଥର ଦୋହରାଇଛି । 

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି, ବାଂଲାଦେଶୀ ଅଧିକାରୀମାନେ ଦେଇଥିବା ବୟାନରେ ଭାରତକୁ ନକାରାତ୍ମକ ଭାବରେ ଚିତ୍ରଣ କରିବା ଦୁର୍ଭାଗ୍ୟଜନକ। ବାଂଲାଦେଶର ଆଭ୍ୟନ୍ତରୀଣ ସମସ୍ୟା ପାଇଁ ସେମାନେ ଆମକୁ ଦାୟୀ କରୁଛନ୍ତି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି, ବାଂଲାଦେଶୀ ଅଧିକାରୀମାନେ ଦେଇଥିବା ବୟାନରେ ଭାରତକୁ ନକାରାତ୍ମକ ଭାବରେ ଚିତ୍ରଣ କରିବା ଦୁର୍ଭାଗ୍ୟଜନକ। ବାଂଲାଦେଶର ଆଭ୍ୟନ୍ତରୀଣ ସମସ୍ୟା ପାଇଁ ସେମାନେ ଆମକୁ ଦାୟୀ କରୁଛନ୍ତି। ଶେଖ୍ ହସିନା ବୁଧବାର (ଫେବ୍ରୁଆରି ୫, ୨୦୨୫) ଏକ ଅନଲାଇନ୍ ଅଭିଭାଷଣରେ ବାଂଲାଦେଶର ଅନ୍ତରୀଣ ସରକାର ବିରୋଧରେ ଛିଡ଼ା ହେବାକୁ ତାଙ୍କ ସମର୍ଥକମାନଙ୍କୁ ଆହ୍ୱାନ ଦେଇଥିଲେ।

ଶେଖ୍ ହସିନା ୟୁନୁସ୍ ସରକାରଉପରେ ଅସାମ୍ବିଧାନିକ ଭାବେ କ୍ଷମତା ଦଖଲ କରିଥିବା ଅଭିଯୋଗ କରିଛନ୍ତି। ହସିନାଙ୍କ ଅଭିଭାଷଣ ପୂର୍ବରୁ ହଜାର ହଜାର ବିକ୍ଷୋଭକାରୀ ତାଙ୍କ ବାପା ତଥା ବାଂଲାଦେଶର ପ୍ରତିଷ୍ଠାତା ନେତା ମୁଜିବୁର ରେହମାନଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ହସିନାଙ୍କ ଭାଷଣ ପରେ ମଧ୍ୟ ହିଂସା ଜାରି ରହିଥିଲା। ଏହାର ଜବାବରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ଶେଖ୍ ହସିନାଙ୍କ ବୟାନ ତାଙ୍କର ବ୍ୟକ୍ତିଗତ ବୟାନ ଏବଂ ଏହାର ଭାରତ ସହ କୌଣସି ସମ୍ପର୍କ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe