ନୂଆଦିଲ୍ଲୀ: ବାଂଲାଦେଶ ହାଇକମିଶନରଙ୍କୁ ସମନ। ଢାକାରେ ଭାରତୀୟ ଦୂତାବାସର ସୁରକ୍ଷା ନେଇ ସମନ ଜାରି କଲେ ଭ‌ାରତ ସରକାର। ଆଜି ଦିଲ୍ଲୀରେ ଥିବା ବାଂଲାଦେଶ ହାଇକମିଶନରଙ୍କୁ ସମନ କରିଛନ୍ତି ସରକାର। ଗତ କିଛି ଦିନ ଧରି ବାଂଲାଦେଶ ରାଜଧାନୀରେ ଭାରତୀୟ ମିଶନ ବାହାରେ ଚାଲିଥିବା ବିରୋଧ ପ୍ରଦର୍ଶନ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଇଛି।

Advertisment

ବାଂଲାଦେଶୀ ହାଇକମିଶନରଙ୍କୁ ସମନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତରେ ଅବସ୍ଥାପିତ ବାଂଲାଦେଶର ହାଇକମିଶନର ଏମ୍. ରିଆଜ ହମିଦୁଲ୍ଲାଙ୍କୁ ସମନ କରିଛନ୍ତି। ତାଙ୍କୁ ଢାକାରେ ଭାରତୀୟ ମିଶନର ସୁରକ୍ଷା ବ୍ୟବସ୍ଥା ଏବଂ ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ଭାରତର ଚିନ୍ତା ବିଷୟରେ ଅବଗତ କରାଯାଇଛି।

ଭାରତୀୟ ମିଶନ ବାହାରେ କରାଯାଉଛି ପ୍ରତିବାଦ

ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ଢାକାରେ ଭାରତୀୟ ମିଶନ ବାହାରେ ପ୍ରତିବାଦ ପ୍ରଦର୍ଶନ କରାଯାଉଛି, ଯାହା ଦୂତାବାସର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ଆନୁଷ୍ଠାନିକ ଭାବରେ ବାଂଲାଦେଶ ସରକାରଙ୍କୁ ପରିସ୍ଥିତି ସ୍ପଷ୍ଟ କରିବାକୁ କହିଛି।

ଭାରତ ବିରୋଧୀ ବୟାନବାଜି ଉତ୍ତେଜନାକୁ ବୃଦ୍ଧି କରିଛି

ବାଂଲାଦେଶର ନ୍ୟାସନାଲ ସିଟିଜେନ୍ ପାର୍ଟି (ଏନସିପି)ର ନେତା ହସନତ ଅବଦୁଲ୍ଲାଙ୍କ ଭାରତ ବିରୋଧୀ ବୟାନବାଜି ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏକ ସାର୍ବଜନୀନ ଭାଷଣରେ ସେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଅଲଗା କରିବାକୁ ଧମକ ଦେଇଥିଲେ। ହସନତ ଅବଦୁଲ୍ଲା ତାଙ୍କର କଠୋର ଭାରତ ବିରୋଧୀ ମତ ପାଇଁ ଜଣାଶୁଣା। ଏକ ସର୍ବଦଳୀୟ ପ୍ରତିବାଦ ରାଲିକୁ ସମ୍ବୋଧିତ କରି ଅବଦୁଲ୍ଲା କହିଥିଲେ ଯେ, ଯଦି ବାଂଲାଦେଶକୁ ଭାରତ ଅସ୍ଥିର କରିବାକୁ ଉଦ୍ୟମ ଜାରି ରଖିବ, ତେବେ ଏହାର ଆଞ୍ଚଳିକ ପରିଣାମ ଗମ୍ଭୀର ହେବ  ଏବଂ ଭାରତର ସମଗ୍ର ଉତ୍ତର ପୂର୍ବ ଅଞ୍ଚଳ ବିଚ୍ଛିନ୍ନ କରିଦିଆଯିବ। 

ଆହୁରି ଦେଖନ୍ତୁ: School Principal Pays Fee: ସ୍କୁଲ ଫି’ ଭରି ପଢ଼ିବାର ଆଉ ଏକ ସୁଯୋଗ ଦେଲେ ପ୍ରିନ୍ସିପାଲ

ଶେଖ୍ ହସିନାଙ୍କୁ ଟାର୍ଗେଟ କରିଥିଲେ ହସନତ

ଅବଦୁଲ୍ଲା ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ତାଙ୍କ ସହଯୋଗୀମାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଶେଖ ହସିନାଙ୍କ ସମର୍ଥକମାନେ ଅର୍ଥ, ଅସ୍ତ୍ରଶସ୍ତ୍ର ଏବଂ ତାଲିମ ମାଧ୍ୟମରେ ଲୋକଙ୍କୁ ବାଂଲାଦେଶ ବିରୋଧରେ ଉସୁକାଉଛନ୍ତି। ଏଥି ସହିତ ସେ ବାଂଲାଦେଶ ନିର୍ବାଚନ କମିସନଙ୍କୁ ତୀବ୍ର ସମାଲୋଚନା କରି ଏହାକୁ ମେରୁଦଣ୍ଡହୀନ ବୋଲି କହିଥିଲେ। ସେ ମୁଖ୍ୟ ନିର୍ବାଚନ କମିସନରଙ୍କ ସମ୍ବେଦନଶୀଳତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

ଆହୁରି ପଢ଼ନ୍ତୁ: Anant Ambani Gifts Lionel Messi: ଚର୍ଚ୍ଚାରେ ମେସିଙ୍କୁ ଅନନ୍ତ ଦେଇଥିବା ୧୦କୋଟିର ଘଣ୍ଟା