କାନାଡ଼ା ହାଇକମିସନରଙ୍କୁ ସମନ କଲା ଭାରତ, ଟ୍ରୁଡୁଙ୍କ ମନ୍ତବ୍ୟ ନେଇ ଚେତାବନୀ

Advertisment
କାନାଡ଼ା ହାଇକମିସନରଙ୍କୁ ସମନ କଲା ଭାରତ, ଟ୍ରୁଡୁଙ୍କ ମନ୍ତବ୍ୟ ନେଇ ଚେତାବନୀ

India Today

ନୂଆଦିଲ୍ଲୀ : ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁଙ୍କ ମନ୍ତବ୍ୟ ନେଇ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସରକାର କାନାଡା ହାଇକମିସନରଙ୍କୁ ସମନ କରିଛନ୍ତି। ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଟ୍ରୁଡୁଙ୍କ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ। ଯଦି ଭବିଷ୍ୟତରେ ଟ୍ରୁଡୁଙ୍କ ମନ୍ତବ୍ୟ ଏଭଳି ଜାରି ରହେ ତେବେ ଭାରତ-କାନାଡା ସମ୍ପର୍କ ଗୁରୁତର କ୍ଷତିଗ୍ରସ୍ତ ହେବ ବୋଲି ଭାରତ ପକ୍ଷରୁ କୁହାଯାଇଛି। ଭାରତର ବିଦେଶ ମନ୍ତ୍ରାଳୟ ଏ ନେଇ କାନାଡା ହାଇକମିସନରଙ୍କୁ କଡ଼ା ଚେତାବନୀ ଦେଇ କହିଛି ଯେ ଭାରତର ଆଭ୍ୟନ୍ତରୀଣ ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ବୟାନ କଦାପି ଗ୍ରହଣୀୟ ନୁହେଁ। କାନାଡା ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ ବୋଲି ଭାରତ କହିଛି। କାନାଡା ଭାରତର ଆଭିମୁଖ୍ୟକୁ ସମ୍ମାନ ଦେଇ କାର୍ଯ୍ୟ କରିବାକୁ ହେବ ବୋଲି ବିଦେଶ ମନ୍ତ୍ରାଳୟ ଜାରି ବିବୃତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe