କାନାଡାର ଉପ ଉଚ୍ଚାୟୁକ୍ତଙ୍କୁ ଡକାଇଲା ଭାରତ, କାରଣ ଜାଣନ୍ତୁ

କାନାଡାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ କୁମାର ବର୍ମାଙ୍କ ବିରୋଧରେ ହାସ୍ୟାସ୍ପଦ ଅଭିଯୋଗ ଆଣିଥିବା ଟ୍ରୁଡୋ ସରକାରଙ୍କୁ କଠୋର ସମାଲୋଚନା କରିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କାନାଡାର ଡେପୁଟି ହାଇକମିଶନର ଷ୍ଟୁଆର୍ଟ ହ୍ୱିଲରଙ୍କୁ ସମନ କରିଛି।

mea

ନୂଆଦିଲ୍ଲୀ: କାନାଡାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ କୁମାର ବର୍ମାଙ୍କ ବିରୋଧରେ ହାସ୍ୟାସ୍ପଦ ଅଭିଯୋଗ ଆଣିଥିବା ଟ୍ରୁଡୋ ସରକାରଙ୍କୁ କଠୋର ସମାଲୋଚନା କରିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କାନାଡାର ଡେପୁଟି ହାଇକମିଶନର ଷ୍ଟୁଆର୍ଟ ହ୍ୱିଲରଙ୍କୁ ସମନ କରିଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ମୃତ୍ୟୁ ମାମଲାରେ କାନାଡାରେ ଅବସ୍ଥାପିତ ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା ଏବଂ ଅନ୍ୟ କୂଟନୀତିଜ୍ଞମାନେ ‘ଆଗ୍ରହୀ ବ୍ୟକ୍ତି’ ବୋଲି ଭାରତ କୁଟନୈତିକ ଚିଠି ପାଇଛି। 

ସାଧାରଣତଃ ଆଗ୍ରହୀ ବ୍ୟକ୍ତିମାନେ ଅପରାଧିକ ମାମଲାରେ ସନ୍ଦିଗ୍ଧ ବୋଲି ମନେକରାଯାଏ। ତେବେ ସେମାନଙ୍କ ବିରୋଧରେ ଆନୁଷ୍ଠାନିକ ଭାବେ କୌଣସି ଅଭିଯୋଗ ଆସିନାହିଁ। ଗତ ବର୍ଷ ସେପ୍ଟେମ୍ବର ମାସରେ ଭାରତୀୟ ବଂଶୋଦ୍ଭବ କାନାଡାର ହରଦୀପ ସିଂ ନିଜାରଙ୍କ ହତ୍ୟାକାଣ୍ଡରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିବା ପରେ ଭାରତ ଓ ଭାରତ ମଧ୍ୟରେ ସମ୍ପର୍କ ରେ ଗଭୀର ତିକ୍ତତା ଦେଖାଦେଇଛି ।

ସୋମବାର ଦିନ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଭାରତ ସରକାର ଏହି ଅଯଥା ଅଭିଯୋଗକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରୁଛନ୍ତି ଏବଂ ଏହାକୁ ଟ୍ରୁଡୋ ସରକାରଙ୍କ ଭୋଟ୍ ବ୍ୟାଙ୍କ ଉପରେ କେନ୍ଦ୍ରିତ ରାଜନୈତିକ ଏଜେଣ୍ଡାର ଏକ ଅଂଶ ଭାବରେ ବିବେଚନା କରୁଛନ୍ତି।  କାନାଡା ସରକାର ଏହି ଅଭିଯୋଗ ଆଣିବାର ଏକବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ଭାରତ ସରକାରଙ୍କୁ ଗୋଟିଏ ବି ପ୍ରମାଣ ଦେଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe