ପାକ୍‌ କୂଟନୀତିଜ୍ଞଙ୍କୁ ସମନ୍‌; ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ଧର୍ମାନ୍ତରୀକରଣ କରାଇ ମୁସଲମାନଙ୍କୁ ବିବାହ କରାଇବା ଘଟଣାରେ ବର୍ଷିଲେ ଭାରତ ସରକାର

Advertisment
ପାକ୍‌ କୂଟନୀତିଜ୍ଞଙ୍କୁ ସମନ୍‌; ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ଧର୍ମାନ୍ତରୀକରଣ କରାଇ ମୁସଲମାନଙ୍କୁ ବିବାହ କରାଇବା ଘଟଣାରେ ବର୍ଷିଲେ ଭାରତ ସରକାର

Latestly

ନୂଆଦିଲ୍ଲୀ: ପାକିସ୍ତାନରେ ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ ବେଦି ଉପରୁ ବଳପୂର୍ବକ ଭାବେ ଅପହରଣ କରି ନେବାପରେ ତାଙ୍କର ଧର୍ମାନ୍ତରୀକରଣ କରାଇ ତାଙ୍କୁ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ବିବାହ କରାଇ ଦିଆଯାଇଥିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଭାରତ ସରକାର। ଏଥିସହ ନୂଆଦିଲ୍ଲୀରେ ଅବସ୍ଥାପିତ ଥିବା ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ସମନ କରିବା ସହ ଏପରି ଘଟଣାକୁ ଆଦୌ ବରଦାସ୍ତ କରିବେ ନାହିଁ ବୋଲି ରୋକଠୋକ୍‌ ଭାବେ ଜଣାଇ ଦେଇଛନ୍ତି। ଏବଂ ପାକିସ୍ତାନର ଇମ୍ରାନ୍‌ ଖାନ୍‌ଙ୍କ ସରକାର ତୁରନ୍ତ ଏଘଟଣାର ତଦନ୍ତ କରାଇ ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ସହ ଘଟଣାରେ ସଂପୃକ୍ତ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ଭାରତ ସରକାର।

publive-image Times Now

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ପାକିସ୍ତାନର ସିନ୍ଧ ପ୍ରଦେଶ ଅନ୍ତର୍ଗତ ମାତିଆରି ଜିଲ୍ଲାର ହାଲା ସହରରେ ବସବାସ କରୁଥିବା ଜନୈକା ହିନ୍ଦୁ ଯୁବତୀ ଭାରତୀ ବାଈ ବିବାହ କରିବା ଉଦ୍ଦେଶ୍ୟରେ ବେଦିରେ ବସିଥିବା ବେଳେ କିଛି ମୁସଲମାନ ଯୁବକ ଗତ ରବିବାର ଦିନ ତାଙ୍କୁ ବଳପୂର୍ବକ ଅପହରଣ କରି ନେଇଥିଲେ। ପରେ ତାଙ୍କର ବଳ ପୂର୍ବକ ଧାର୍ମାନ୍ତରୀକରଣ କରାଇ ତାଙ୍କୁ ଶାହା ରୁଖ୍‌ ଗୁଲ୍‌ ନାମକ ଜଣେ ମୁସଲମାନ ବ୍ୟକ୍ତିଙ୍କ ସହ ବିବାହ କରାଇ ଦେଇଥିଲେ। ଏ ଘଟଣାରେ ପୀଡ଼ିତାଙ୍କ ପରିବାର ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ପୁଲିସ୍‌ ପୀଡ଼ିତା ଯୁବତୀଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଅପହରଣକାରୀ ମୁସଲମାନ ଯୁବକମାନଙ୍କୁ ସାହାଯ୍ୟ ସହଯୋଗ କରିଥିବା ନେଇ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe