ପାକ୍‌ ଅଧିକାରୀଙ୍କୁ ସମନ କଲା ଭାରତ, ପାକିସ୍ତାନକୁ କଡ଼ା ଚେତାବନୀ

Advertisment
ପାକ୍‌ ଅଧିକାରୀଙ୍କୁ ସମନ କଲା ଭାରତ, ପାକିସ୍ତାନକୁ କଡ଼ା ଚେତାବନୀ

Scroll.in

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଜେଇଏମ୍‌ (ଜୈସ୍‌ ଏ ମହମ୍ମଦ୍‌)ର ଏକ ବଡ଼ ଧରଣର ଆକ୍ରମଣ ଯୋଜନାକୁ ନିକଟରେ ସୁରକ୍ଷାକର୍ମୀ ପଣ୍ଡ କରିଦେଇଛନ୍ତି। ପାକିସ୍ତାନର ଜେଇଏମ୍‌ କାଶ୍ମୀରରେ ବଡ଼ ହିଂସା ଘଟାଇବାପାଇଁ ଯୋଜନା କରିଥିଲା ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିବାପ‌ରେ ଭାରତ ଏହାକୁ ଅତି ଗମ୍ଭୀରତାର ସହ ନେଇଛି। ଭାରତ ପାକିସ୍ତାନ ଦ୍ବାରା ହୋଇଥିବା ଏଭଳି ଯୋଜନାର ତୀବ୍ର ପ୍ରତିବାଦ କରିଛି। ବିଦେଶ ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନ ହାଇ କମିସନ୍‌ର ଜଣେ ବରିଷ୍ଠ ଅଧିକାରୀ ଅଫତାବ ହାସନ ଖାନ୍‌ଙ୍କୁ ସମନ୍‌ କରାଯାଇଛି। ଭାରତ ଆତଙ୍କବାଦ ବିରୋଧରେ ଲଢ଼ିବା ଏବଂ ନିଜର ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସବୁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇ କହିଛି। ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରିବା ନୀତିରୁ ଓହରିଯାଉ ଏବଂ ଏହାର ମାଟି‌ରେ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରୁ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ବିବୃତି ଜାରି କରି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe