ନିୟନ୍ତ୍ରଣ ରେଖାରେ ଗୋଳାବର୍ଷଣ ଯୋଗୁଁ ସାଧାରଣ ନାଗରିକଙ୍କ ମୃତ୍ୟୁର ପ୍ରତିବାଦ ଜଣାଇବାକୁ ପାକିସ୍ତାନୀ କୂଟନୈତିକ ପ୍ରତିନିଧିଙ୍କୁ ଡକାଇଲା ଭାରତ

Advertisment
ନିୟନ୍ତ୍ରଣ ରେଖାରେ ଗୋଳାବର୍ଷଣ ଯୋଗୁଁ ସାଧାରଣ ନାଗରିକଙ୍କ ମୃତ୍ୟୁର ପ୍ରତିବାଦ ଜଣାଇବାକୁ ପାକିସ୍ତାନୀ କୂଟନୈତିକ ପ୍ରତିନିଧିଙ୍କୁ ଡକାଇଲା ଭାରତ

Image Courtesy of Hindustan Times

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସୈନ୍ୟଙ୍କ ଅକାରଣ ଅସ୍ତ୍ରବିରତି ଉଲ୍ଲଂଘନର ତୀବ୍ର ପ୍ରତିବାଦ ଜଣାଇବାକୁ ଶନିବାର ଦିନ ଭାରତ ପାକିସ୍ତାନର କୂଟନୈତିକ ପ୍ରତିନିଧିଙ୍କୁ ଡକାଇ କହିଛି ଯେ, ସୀମାପାରି ଆତଙ୍କବାଦୀଙ୍କୁ ଅନୁପ୍ରବେଶରେ ସାହାଯ୍ୟ କରିବା ଥିଲା ଏହି ଗୁଳିଚାଳନାର ଉଦ୍ଦେଶ୍ୟ।

ପାକିସ୍ତାନ ହାଇକମିସନ୍‌ର କାର୍ଯ୍ୟନିର୍ବାହୀ ମୁଖ୍ୟ ଅଫ୍‌ତାବ୍ ହସନ୍‌ ଖାଁଙ୍କୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଡକାଇଥିଲା। ଏକ ବିବୃତିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି, ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖାର ଏକାଧିକ ସେକ୍ଟର୍‌ର ପାକିସ୍ତାନୀ ସୈନିକମାନେ ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଚାରି ଜଣ ନିରୀହ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୯ଜଣ ଗୁରୁତର ଆହତ ହୋଇଛନ୍ତି।

publive-image Image Courtesy of The Times of India

ନିରୀହ ସାଧାରଣ ନାଗରିକମାନଙ୍କ ଉପରେ ପାକିସ୍ତାନୀ ସେନାର ଇଚ୍ଛାକୃତ ଆକ୍ରମଣକୁ ଭାରତ କଡ଼ା ଭାଷାରେ ନିନ୍ଦା କରିଛି। ଦୀପାବଳି ପର୍ବର ଦୃଷ୍ଟାନ୍ତ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି, ସାଧାରଣ ଭାରତୀୟ ନାଗରିକଙ୍କ ପ୍ରତି ତୋପ ଓ ମୋର୍ଟାର୍‌ ଭଳି ଭାରୀ ଅସ୍ତ୍ର ପ୍ରୟୋଗ ସମେତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଗୁଳି ଚଳାଇ ଜମ୍ମୁ ଓ କଶ୍ମୀରରେ ଶାନ୍ତି ନଷ୍ଟ ଏବଂ  ହିଂସାକାଣ୍ଡ ଭିଆଇବାକୁ ପାକିସ୍ତାନ ଭାରତର ଏକ ପର୍ବଦିନକୁ ଚୟନ କରିବା ଲଜ୍ଜାର କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe