ଆଉ ପାଦେ ଆଗେଇଲା ଭାରତ: ପାକ୍‌ ସହ ବ୍ୟବସାୟିିକ ସମ୍ପର୍କ ଛିନ୍ନ

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ବିରୋଧରେ ଭାରତ ଆଉ ଏକ ଶକ୍ତ ପଦକ୍ଷେପ ଘୋଷଣା କରିଛି। ବାଣିଜ୍ୟ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପାକିସ୍ତାନରୁ ଆସୁଥିବା...

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ବିରୋଧରେ ଭାରତ ଆଉ ଏକ ଶକ୍ତ ପଦକ୍ଷେପ ଘୋଷଣା କରିଛି। ବାଣିଜ୍ୟ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପାକିସ୍ତାନରୁ ଆସୁଥିବା...

ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ, ଆମେରିକାରୁ ଆସୁଥିବା ୩୦ଟି ସାମଗ୍ରୀ ଉପରେ ଆମଦାନୀ ଟିକସ ବସାଇଲା ଭାରତ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ବିରୋଧରେ ଭାରତ ଆଉ ଏକ ଶକ୍ତ ପଦକ୍ଷେପ ଘୋଷଣା କରିଛି। ବାଣିଜ୍ୟ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପାକିସ୍ତାନରୁ ଆସୁଥିବା କିମ୍ବା ରପ୍ତାନି ହେଉଥିବା ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନି କିମ୍ବା ପରିବହନ ଉପରେ କଟକଣା ରହିବ। ଜାତୀୟ ନିରାପତ୍ତା ଓ ସାର୍ବଜନୀନ ନୀତିକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି। ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟର ଅନ୍ୟ ଏକ ଆଦେଶରେ କୁହାଯାଇଛି ଯେ, ପାକିସ୍ତାନର ପତାକା ଧାରଣ କରୁଥିବା ଜାହାଜକୁ କୌଣସି ଭାରତୀୟ ବନ୍ଦରକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ଭାରତୀୟ ସମ୍ପତ୍ତି, କାର୍ଗୋ ଓ ସଂଯୁକ୍ତ ଭିତ୍ତିଭୂମିର ସୁରକ୍ଷା ସୁନିଶ୍ଚିତ କରିବା, ଜନସ୍ୱାର୍ଥ ଓ ଭାରତୀୟ ଜାହାଜ ଚଳାଚଳର ସ୍ୱାର୍ଥ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

ଭାରତୀୟ ବନ୍ଦରକୁ ପାକ୍‌ ଜାହାଜ ମନା, ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନି ବନ୍ଦ

ଭାରତ-ପାକ୍‌ ଉତ୍ତେଜନା ବଢ଼ୁଥିବା ବେଳେ ଦୁଇ ଦେଶ ମଧ୍ୟରେ ସୀମା ଅଟାରୀ-ୱାଘା ଦେଇ ବାଣିଜ୍ୟ ବନ୍ଦ କରିବାକୁ ନୂଆଦିଲ୍ଲୀ ପୂର୍ବରୁ ଘୋଷଣା କରିସାରିଥିଲା। ପାକିସ୍ତାନ ମଧ୍ୟ ଭାରତ ସହ ସମସ୍ତ ବାଣିଜ୍ୟ ବନ୍ଦ କରିଦେଇଛି। ୨୦୧୯ରେ ପୁଲୱାମା ଆକ୍ରମଣରେ ୪୦ରୁ ଅଧିକ ଯବାନ ସହିଦ ହେବା ପରେ ଭାରତ ପାକିସ୍ତାନଠାରୁ ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍) ମାନ୍ୟତା ପ୍ରତ୍ୟାହାର କରିବା ପରେ ଦୁଇ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ବାଣିଜ୍ୟ ଦ୍ରୁତ ଗତିରେ ହ୍ରାସ ପାଇଥିଲା। ଅଟାରୀ-ୱାଘା ସୀମାରେ ୨୦୨୩-୨୪ରେ ୩,୮୮୬.୫୩ କୋଟି ଟଙ୍କାର ବାଣିଜ୍ୟ ହୋଇଥିଲା। ଭାରତର ଏହି ପଦକ୍ଷେପ ପାକିସ୍ତାନର କ୍ଷୁଦ୍ର ବ୍ୟବସାୟୀ ଓ ଉତ୍ପାଦନକାରୀଙ୍କ ଉପରେ ଗଭୀର ଅର୍ଥନୈତିକ ପ୍ରଭାବ ପକାଇବ ବୋଲି କୁହାଯାଉଛି। ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନରୁ ଭାରତର ଆମଦାନି ନଗଣ୍ୟ ଥିବା ବେଳେ ବାଣିଜ୍ୟ କଟକଣାକୁ ଏଡ଼ାଇବା ପାଇଁ କିଛି ସାମଗ୍ରୀ ଦୁବାଇ, ସିଙ୍ଗାପୁର ଓ କଲମ୍ବୋ ବନ୍ଦର ଦେଇ ପରିବହନ କରାଯାଉଥିଲା। ତେବେ ଔଷଧ ଯୋଗାଣ ପାଇଁ ପାକିସ୍ତାନ ଭାରତ ଉପରେ ନିର୍ଭରଶୀଳ। ଭାରତ ସମସ୍ତ ପ୍ରକାର ବାଣିଜ୍ୟ ବନ୍ଦ କରିଦେଇଥିବାରୁ ଆତଙ୍କିତ ପାକିସ୍ତାନ ନିଜର ଔଷଧ ଆବଶ୍ୟକତା ପୂରଣ ପାଇଁ ବିକଳ୍ପ ବାଟ ଖୋଜିବା ଆରମ୍ଭ କରିଛି।

ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଶନିବାର ୪୫୦ କିଲୋମିଟର ଦୂରତାବିଶିଷ୍ଟ ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣ କରାଯାଇ ପାରୁଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଅବ୍‌ଦାଲି ୱିପନ୍ ସିଷ୍ଟମ୍ ନାମରେ ପରିଚିତ ଏହି କ୍ଷେପଣାସ୍ତ୍ର ‘ଏକ୍ସରସାଇଜ୍ ଇଣ୍ଡସ୍’ ନାମକ ସାମରିକ ଅଭ୍ୟାସର ଏକ ଅଂଶ ଭାବରେ ପରୀକ୍ଷଣ କରାଯାଇଛି। ପାକିସ୍ତାନର ଆଣବିକ କ୍ଷମତାସମ୍ପନ୍ନ କ୍ଷେପଣାସ୍ତ୍ର ପରିଚାଳନା କରୁଥିବା ଆର୍ମି ଷ୍ଟ୍ରାଟେଜିକ୍‌ ଫୋର୍ସେସ୍ କମାଣ୍ଡ (ଏଏସ୍‌ଏଫ୍‌ସି) ଅଧୀନରେ ସୋନମିଆନି ରେଞ୍ଜରେ ଏହି ପରୀକ୍ଷଣ କରାଯାଇଛି।

ଏକ ବିବୃତିରେ ପାକିସ୍ତାନୀ ସେନା କହିଛି, ଯେକୌଣସି ଆକ୍ରମଣରୁ ଜାତୀୟ ନିରାପତ୍ତାକୁ ସୁରକ୍ଷିତ ରଖିବା ପାଇଁ ସୈନ୍ୟଙ୍କ ଅପରେସନାଲ ପ୍ରସ୍ତୁତି ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ପରୀକ୍ଷଣ କରାଯାଇଛି। ପାକିସ୍ତାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିବ ବୋଲି ଭାରତ ଅନୁମାନ କରୁଥିଲା। ଭାରତ ପାକିସ୍ତାନର ଏଭଳି ପଦକ୍ଷେପକୁ ବେପରୁଆ ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟ ଭାବେ ବିବେଚନା କରୁଛି। ଭାରତର ସାମରିକ ପ୍ରତିଶୋଧ ଭୟରେ ଆତଙ୍କିତ ପାକିସ୍ତାନ ଆରବ ସାଗରରେ ନୌସେନା ଅଭ୍ୟାସକୁ ଜୋରଦାର କରିବା ସହ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଓ ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଇତିମଧ୍ୟରେ ପାକିସ୍ତାନ ବାୟୁସେନା ଏକାସାଙ୍ଗରେ ତିନିଟି ଅଭ୍ୟାସ କରୁଛି ଯେଉଁଥିରେ ଏଫ୍‌-୧୬, ଜେ-୧୦ ଏବଂ ଜେଏଫ୍‌-୧୭ ସମେତ ସମସ୍ତ ପ୍ରମୁଖ ଲଢୁଆ ବିମାନ ସାମିଲ ଅଛି। ଏଥିସହିତ ସୀମାରେ ଆଗୁଆ ସ୍ଥାନରେ ଏୟାର ଡିଫେନ୍ସ ଓ ଆର୍ଟିଲାରି ୟୁନିଟ୍ ମୁତୟନ କରାଯାଇଛି। ରାଜସ୍ଥାନର ବାରମେରର ଲଙ୍ଗେୱାଲା ସେକ୍ଟର ନିକଟରେ ଅତ୍ୟାଧୁନିକ ରାଡାର ସିଷ୍ଟମ୍‌ ଲଗାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନାକୁ ସମ୍ପୂର୍ଣ୍ଣ ଅପରେସନାଲ୍‌ ସ୍ୱାଧୀନତା ଦେବା ପରଠାରୁ ପାକିସ୍ତାନ ହାଇ ଆଲର୍ଟରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe