Representational Image
ଭୁବନେଶ୍ୱର: ମଙ୍ଗଳବାର ଦିନ ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ମଧ୍ୟରେ ଥିବା ଅବ୍ଦୁଲ୍ କଲାମ ଦ୍ୱୀପରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଇଣ୍ଟର୍ମିଡିଏଟ୍ ରେଞ୍ଜ୍ର ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୨ ପରୀକ୍ଷା କରାଯାଇଛି।
ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ ଏହି ଦ୍ୱୀପରୁ ସକାଳ ୮. ୩୮ ମିନିଟ୍ରେ ଇଣ୍ଟେଗ୍ରେଟେଡ୍ ଟେଷ୍ଟ୍ ରେଞ୍ଜ୍ର ଲଞ୍ଚ୍ କମ୍ପ୍ଲେକ୍ସ୍-୪ରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଗତି କରୁଥିବା ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା।
ବ୍ୟବହାରକାରୀ ତାଲିମ ଅଭ୍ୟାସର ଅଂଶବିଶେଷ ଭାବେ ଏହି ପରୀକ୍ଷା ଭାରତୀୟ ସେନାବାହିନୀର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ୍ ଦ୍ୱାରା କରାଯାଇଥିଲା।
ପୂର୍ବରୁ ଅଗ୍ନି କ୍ଷେପଣାସ୍ତ୍ରକୁ ଭାରତୀୟ ସେନାବାହିନୀରେ ସାମିଲ କରାଯାଇ ସାରିଛି।
୨୦ ମିଟର୍ ଲମ୍ବ, ୧୭ ଟନ୍ ଓଜନ ଏବଂ ୧୦୦୦ କିଲୋ ଓଜନର ପ୍ଲେ ଲୋଡ୍ ନେଇ ପାରୁଥିବା ଅଗ୍ନି-୨ ୨୦୦୦ କିଲୋମିଟର୍ ଦୂର ଗତି କରି ଲକ୍ଷଭେଦ କରି ପାରିବ।
Follow Us