ଶତ୍ରୁ ରାଡାର୍‌ ବିଧ୍ବଂସୀ ପ୍ରଥମ ଆଣ୍ଟି-ରେଡିଏସନ୍ ମିସାଇଲ୍ ‘ରୁଦ୍ରମ୍-୧’ର ସଫଳ ପରୀକ୍ଷା କଲା ଭାରତ

Advertisment
ଶତ୍ରୁ ରାଡାର୍‌ ବିଧ୍ବଂସୀ ପ୍ରଥମ ଆଣ୍ଟି-ରେଡିଏସନ୍ ମିସାଇଲ୍ ‘ରୁଦ୍ରମ୍-୧’ର ସଫଳ ପରୀକ୍ଷା କଲା ଭାରତ

Image Courtesy of Safaqna India

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଭାରତ ସଫଳତାର ସହ ତା’ର ପ୍ରଥମ ଆଣ୍ଟି-ରେଡିଏସନ୍‌ କ୍ଷେପଣାସ୍ତ୍ର ରୁଦ୍ରମ୍-୧ର ସଫଳ ପରୀକ୍ଷା କରିଛି। ଶତ୍ରୁର ରାଡାର୍‌ ଏବଂ ସର୍ଭିଲେନ୍‌ସ୍ ସିଷ୍ଟମ୍‌ ଧ୍ବଂସ କରିବା ନିମନ୍ତେ ଭାରତୀୟ ବାୟୁସେନା ଏହି କ୍ଷେପଣାସ୍ତ୍ରକୁ ସୁଖୋଇ-୩୦ଏମ୍‌କେଆଇ ଲଢୁଆ ଜେଟ୍‌ରୁ ନିକ୍ଷେପ କରିପାରିବ। ଏହି କ୍ଷେପଣାସ୍ତ୍ର ଶବ୍ଦର ଗତି ଠାରୁ ଦୁଇ ଗୁଣ ଅଧିକ ବେଗରେ ଗତି କରିବ ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ କହିଛନ୍ତି।

ଏହି ନୂତନ ପିଢ଼ିର ଅସ୍ତ୍ରଟି ଡିଆଡିଓ  (ଡିଫେନ୍‌ସ୍ ରିସର୍ଚ ଆଣ୍ଡ୍‌ ଡେ‌ଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍) ଦ୍ବାରା ବିକଶିତ କରାଯାଇଛି । ପୂର୍ବାହ୍ନ ପ୍ରାୟ ୧୦.୩୦ ମିନିଟ୍‌ରେ ଏହାକୁ ବଙ୍ଗୋପସାଗର ଅନ୍ତର୍ଗତ ଓଡ଼ିଶା ଉପକୂଳର ବାଲେଶ୍ବର ଠାରେ ଥିବା ଅସ୍ଥାୟୀ ଟେଷ୍ଟ୍‌ ରେଞ୍ଜ୍‌ରୁ ନିକ୍ଷେପ କରାଯାଇଥିଲା।

publive-image Image Courtesy of OneIndia

‘ଡିଆର୍‌ଡିଓ’ର ସଫଳ ବ୍ୟବହାରିକ ପରୀକ୍ଷା ସଂକ୍ରାନ୍ତରେ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଏହା ପ୍ରତିରକ୍ଷା ପ୍ରଯୁକ୍ତି  କ୍ଷେତ୍ରରେ ଏକ ବଡ଼ ଅଗ୍ରଗତି। ଏଥର ଭାରତୀୟ ବାୟୁସେନା ଶତ୍ରୁ ରାଷ୍ଟ୍ରର ଅଧିକ ଅଭ୍ୟନ୍ତରରେ ପ୍ରବେଶ କରି ସେମାନଙ୍କ ଏୟାର୍‌ ଡିଫେନ୍‌ସ୍ ସେଟ୍‌ଅପ୍ ଧ୍ବଂସ କରିବା ଲାଗି ‘ସପ୍ରେସନ୍ ଅଫ୍ ଏନିମି ଏୟାର୍ ଡିଫେନ୍ସ୍’ ବା ‘ସିଡ୍’ ଅଭିଯାନ ଚଳାଇ ପାରିବ।

ଏହାଦ୍ବାରା ଭାରତୀୟ ବାୟୁସେନାର ଲଢୁଆ ବିମାନ ଅବାଧ ଏବଂ ଫଳପ୍ରଦ ଅଭିଯାନ ଚଳାଇ ପାରିବ। ଏହି କ୍ଷେପଣାସ୍ତ୍ର ୫୦୦ ମିଟରରୁ ୧୫ କିଲୋମିଟର ଉଚ୍ଚରୁ ୨୫୦ କିଲୋମିଟର୍ ଦୂରରେ ଥିବା ଲକ୍ଷ୍ୟ ଭେଦ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe