୨୪ ଘଣ୍ଟା ମଧ୍ୟରେ ଦେଶରେ ୪.୨ ଲକ୍ଷ କୋଭିଡ୍-୧୯ ନମୁନା ପରୀକ୍ଷା; ସର୍ବକାଳୀନ ରେକର୍ଡ

୨୪ ଘଣ୍ଟା ମଧ୍ୟରେ ଦେଶରେ ୪.୨ ଲକ୍ଷ କୋଭିଡ୍-୧୯ ନମୁନା ପରୀକ୍ଷା; ସର୍ବକାଳୀନ ରେକର୍ଡ

Image Courtesy of Hindustan Times

ନୂଆଦିଲ୍ଲୀ: ଜନସାଧାରଣଙ୍କ ମଧ୍ୟରେ କରୋନାଭାଇରସ୍ ସଂକ୍ରମଣ ଚିହ୍ନଟ କରିବା ଲାଗି ଶନିବାର ଦିନ ଗୋଟିଏ ଦିନରେ ଭାରତ ରେକର୍ଡ ସଂଖ୍ୟକ ୪, ୨୦, ୦୦୦ ନମୁନା ପରୀକ୍ଷା କରିଛି। ଶୁକ୍ରବାର ସକାଳ ଠାରୁ ଆରମ୍ଭ କରି ୨୪ ଘଣ୍ଟା ମଧ୍ୟରେ ଏତେ ଅଧିକ ସଂଖ୍ୟକ ନମୁନା ପରୀକ୍ଷା କରାଯିବା ଦେଶରେ ପ୍ରଥମ ଘଟଣା ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର କୋଭିଡ୍-୧୯ ତଥ୍ୟ ସୂଚନା ଦେଇଛି।

ଗତ ୨୪ ଘଣ୍ଟାରେ ପରୀକ୍ଷା ହୋଇଥିବା ୪, ୨୦, ୦୦୦ ନମୁନାକୁ ମିଶାଇ ‘ଟେଷ୍ଟ୍‌ ପର୍ ମିଲିୟନ୍’ (ଟିପିଏମ୍) ୧୧, ୪୮୫କୁ ବୃଦ୍ଧି ପାଇଛି। ଏଥିସହ ସମୁଦାୟ ପରୀକ୍ଷା ସାମର୍ଥ୍ୟ ୧, ୫୮, ୪୯, ୦୬୮ରେ ପହଞ୍ଚିଛି।

publive-image Image Courtesy of India Today

ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଭା‌ରତରେ କୋଭିଡ୍ ରୋଗୀଙ୍କ ସଂଖ୍ୟା ୧୩ ଲକ୍ଷ ଟପି ଯାଇଛି। ଫଳରେ ବ୍ରାଜିଲ୍‌କୁ ଟପି ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ପଛକୁ ଅର୍ଥାତ୍ ଦ୍ବିତୀୟ ସ୍ଥାନରେ ରହିଛି। ଦୁଇ ଦିନ ପୂର୍ବେ ଦେଶରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ଟିପିଥିଲା। ସେହିଭଳି ଆରୋଗ୍ୟ ଲାଭକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ି ୮, ୪୯, ୪୩୧ରେ ପହଞ୍ଚି ଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ସମ୍ପ୍ରତି ଦେଶରେ ସୁସ୍ଥତା ସଂଖ୍ୟା ୬୩. ୫୪%ରେ ରହିଛି।

ଏହାଛଡ଼ା, ପୁଣେର ‘ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ ଆଣ୍ଡ୍ ଦି ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜି’ ସହ ମିଶି ହାଇଦ୍ରାବାଦର ‘ଭାରତ ବାୟୋଟେକ୍’ ପ୍ରସ୍ତୁତ କରିଥିବା ଟିକା ‘କୋଭାକ୍ସିନ୍’ର ମଧ୍ୟ ପରୀକ୍ଷଣ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe