ପୂର୍ବ ଲଦାଖ ଅଞ୍ଚଳରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିନି ଚୀନ୍;  ସୀମାନ୍ତରେ ଉତ୍ତେଜନା ରୋକିବାକୁ ଆହୁରି ୩୫, ୦୦୦ ସୈନିକ ମୁତୟନ କରିବ ଭାରତ

Advertisment
ଆସନ୍ତା ୨-୩ ଦିନ ମଧ୍ୟରେ ଭାରତ ଓ ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା, ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି କରିବ ଭାରତ

Image Courtesy of Zee News

ନୂଆଦିଲ୍ଲୀ: ପୂର୍ବ ଲଦାଖର ଅଧିକାଂଶ ସ୍ଥାନରୁ ସୈନ୍ୟ ଅପସାରଣ ସରିଛି ବୋଲି ଚୀନ୍ କରିଥିବା ଦାବିକୁ ଗୁରୁବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅଗ୍ରାହ୍ୟ କରିବା ସହ ସ୍ପଷ୍ଟ କରି କହିଛି ଯେ, ଅପସାରଣ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ।

ପୂର୍ବ ଲଦାଖରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ନିମନ୍ତେ ଭାରତ ଓ ଚୀନ୍‌ର ବରିଷ୍ଠ କମାଣ୍ଡର୍‌ମାନେ ନିକଟ ଭବିଷ୍ୟତରେ ସାକ୍ଷାତ୍ କରି ପଦକ୍ଷେପ ଗ୍ରହଣ କରିବେ। ଦ୍ବିପାକ୍ଷିକ ସମ୍ପର୍କର ମୂଳଦୁଆ ହେଉଛି ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି।

ଅନ୍ୟ ଏକ ରିପୋର୍ଟ ଅନୁସାରେ, ଚୀନ୍ ପଟକୁ ଥିବା ହିମାଳୟ ସୀମାନ୍ତରେ ଅତିରିକ୍ତ ୩୫୦୦୦ ସୈନିକ ମୁତୟନ କରିବାକୁ ଭାରତ ପ୍ରସ୍ତୁତି କରୁଛି। ଯେଉଁ କାରଣରୁ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ  ଉତ୍ତେଜନା ବୃଦ୍ଧି ପାଉଛି ତା’ର ପ୍ରାକ୍ ସମାଧାନ ହେବା ଭାବି ଭାରତ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛି।

publive-image Image Courtesy of The Times of India

ସେଠାରେ ମୁତୟନ ହେବାକୁ ଥିବା ୩୫, ୦୦୦ ସୈନିକଙ୍କୁ ଅତ୍ୟଧିକ ଥଣ୍ଡା ପାଗରୁ ନିରାପଧ ରହିବାକୁ ପୋର୍ଟାବଲ୍ କ୍ୟାବିନ୍‌ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି।

ଏହି ପଦକ୍ଷେପ ୩, ୪୮୮ କିଲୋମିଟର ବ୍ୟାପ୍ତ ବିବାଦୀୟ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ସ୍ଥିତାବସ୍ଥା ପରିବର୍ତ୍ତନ କରିବା ସହ କଣ୍ଟାକଣ୍ଟି ଥିବା ଦେଶର ସାମରିକ ବଜେଟ୍‌ ଉପରେ ଆହୁରି ଚାପ ପକାଇବ ବୋଲି ନାମ ଗୋପନ ରଖିବାକୁ ଅନୁରୋଧ କରି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି।

ସିଆଚେନ୍, ପୂର୍ବ ଲଦାଖ କିଂବା ଉତ୍ତରପୂର୍ବରେ ଭାରତୀୟ ସୈନିକମାନେ ଗୋଟିଏ ବା ଦୁଇଟି କାର୍ଯ୍ୟକାଳ ପୂରା କଲେଣି। ସେଠାରେ ଅଧିକ ସମୟ ରହଣି ଲାଗି ସେମାନେ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe