୧୦ ବର୍ଷରେ ଭାରତ ବିଶ୍ୱର ତୃତୀୟ ପର୍ଯ୍ୟଟନ ଅର୍ଥନୀତି ହେବ- ଡବ୍ଲ୍ୟୁ ଟିଟିସି

Advertisment
୧୦ ବର୍ଷରେ ଭାରତ ବିଶ୍ୱର ତୃତୀୟ ପର୍ଯ୍ୟଟନ ଅର୍ଥନୀତି ହେବ- ଡବ୍ଲ୍ୟୁ ଟିଟିସି

photo credit- zee news

ନୂଆଦିଲ୍ଲୀ: ୨୦୨୮ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ସର୍ବବୃହତ ପର୍ଯ୍ୟଟନ ଅର୍ଥନୀତି ହେବ ବୋଲି ଆକଳନ କରାଯାଉଛି। ବିଶ୍ୱ ଭ୍ରମଣ ଓ ପର୍ଯ୍ୟଠନ ପରିଷଦ( ଡବ୍ଲ୍ୟୁ ଟିଟିସି) ରିପୋର୍ଟରେ କୁହାଯାଇଛି ଯେ ୨୦୨୮ ସୁଦ୍ଧା ଭାରତ ପର୍ଯ୍ୟଟନ କ୍ଷେତ୍ରରେ ୧୦ ମିଲିୟନ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରିବ। ଫଳରେ ୨୦୧୮ରୁ ୨୦୨୮ ମସିହା ମଧ୍ୟରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ପର୍ଯ୍ୟଟନ କ୍ଷେତ୍ରରେ ବତ୍ତମାନ ଥିବା ୪୨.୯ ମିଲିୟନ ନିଯୁକ୍ତି ସୁଯୋଗ ବୃଦ୍ଧିି ପାଇ ଏହା ୫୨.୯ ମିଲିୟନରେ ପହଞ୍ଚି ଯିବ ବୋଲିି ସଂସ୍ଥା ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ପର୍ଯ୍ୟଟନ ଅର୍ଥନିତୀରେ ଭାରତର ସ୍ଥାନ ସପ୍ତମରେ ଥିବା ବେଳେ ଭାରତ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ନିରନ୍ତର ଉଦ୍ୟମ କରୁଥିବାରୁ ଏହା ଖୁବ ଶୀଘ୍ର ଏହାର ସ୍ଥାନରେ ଉନ୍ନତି କରିବ ବୋଲି ଡବ୍ଲ୍ୟୁ ଟିଟିସି ସଭାପତି ତଥା ମୁଖ୍ୟ ନିର୍ବାହୀ ଗ୍ଲୋରିଆ ଗୁଏଭରା କହିଛନ୍ତି।
ଗୁଏଭରା କହିଛନ୍ତି ଯେ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭାଇଁ ଭାରତ ତାର ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇଛି। ବିଶେଷ କରି ଭାରତ ସରକାର ଇ ଭିସା ପ୍ରଚଳନ ପାଇଁ ଯେଉଁ ଉଦ୍ୟମ କରିଛନ୍ତି ତାହା ପ୍ରଶଂସନୀୟ ବୋଲିି ଗୁଏଭରା କହିଛନ୍ତି। ତେବେ ପର୍ଯ୍ୟଟନ କ୍ଷେତ୍ରରେ ଜିଏସଟିର ପ୍ରଭାବକୁ ଆଖି ଆଗାରେ ରଖି ଏ କ୍ଷେତ୍ରରେ ଭାରତ ସରକାର ସଂସ୍କାର ଆଣିବା ସହିତ ଏସିଆ ମହଦେଶର ଅନ୍ୟ ଦେଶ ତୁଳନାରେ ପର୍ଯ୍ୟଟକମାନଙ୍କୁ ଅଧିକ ସୁଯୋଗ ଦେବା ପାଇଁ ଉଦ୍ୟମ କରିବା ଉଚିତ ବୋଲି ଗୁଏଭରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe