ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛ ଭାରତ : ଟ୍ରମ୍ପଙ୍କୁ ଷ୍ଟାରମରଙ୍କ ଜବାବ

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର କହିଛନ୍ତି ଯେ ଭାରତ ୨୦୨୮ ସୁଦ୍ଧା ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ତାଙ୍କର ଏହି ବୟାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନର ଜବାବ ବୋଲି କୁହାଯାଉଛି ଯେଉଁଥିରେ ସେ କହିଥିଲେ ଯେ ଭାରତ ଏକ ମୃତ ଅର୍ଥନୀତି।

starmer

ମୁମ୍ବାଇ : ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର କହିଛନ୍ତି ଯେ ଭାରତ ୨୦୨୮ ସୁଦ୍ଧା ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ତାଙ୍କର ଏହି ବୟାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନର ଜବାବ ବୋଲି କୁହାଯାଉଛି ଯେଉଁଥିରେ ସେ କହିଥିଲେ ଯେ ଭାରତ ଏକ ମୃତ ଅର୍ଥନୀତି।

ସେ କହିଛନ୍ତି ଯେ ଭାରତ ଏବଂ ୟୁକେ ମଧ୍ୟରେ ସମ୍ପ୍ରତି ସ୍ୱାକ୍ଷରିତ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା (ସିଇଟିଏ) କେବଳ ଏକ ଦସ୍ତାବିଜ ନୁହେଁ, ବରଂ ଅଭିବୃଦ୍ଧି ଏବଂ ସହଭାଗୀତା ପାଇଁ ଏକ ଲଞ୍ଚପ୍ୟାଡ୍।

"ଆମେ ଜୁଲାଇ ମାସରେ ଭାରତ ସହିତ ଏକ ପ୍ରମୁଖ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଥିଲୁ। ଏହା ଭାରତ ସହିତ ଯେକୌଣସି ଦେଶ ସ୍ୱାକ୍ଷର କରିଥିବା ସବୁଠାରୁ ସୁରକ୍ଷିତ ଚୁକ୍ତି । କିନ୍ତୁ କାହାଣୀ ଏଠାରେ ଶେଷ ହୁଏ ନାହିଁ। ଏହା କେବଳ କାଗଜ ଖଣ୍ଡ ନୁହେଁ, ଏହା ଅଭିବୃଦ୍ଧି ପାଇଁ ଏକ ଲଞ୍ଚପ୍ୟାଡ୍" ଷ୍ଟାରମର କହିଛନ୍ତି ।
ସୂଚନାଯୋଗ୍ୟ ଯେ ଷ୍ଟାରମରଙ୍କ ଭାରତ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ୩୮୮୪ କୋଟି ଟଙ୍କାର ପ୍ରତିରକ୍ଷ ଚୁକ୍ତି ସହ ଆଉ କେତେକ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷରିତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe