୨୦୨୭ ସୁଦ୍ଧା ତୃତୀୟ ବୃହତ୍ ଅର୍ଥନୀତି ହେବ ଭାରତ: ରାଜନାଥ

୨୦୨୭ ସୁଦ୍ଧା ତୃତୀୟ ବୃହତ୍ ଅର୍ଥନୀତି ହେବ ଭାରତ: ରାଜନାଥ

Hindustan Times

ରୋହତସ: ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଅତି ଉତ୍ସାହଜନକ ରହିଛି। ବିଶ୍ବର ଶ୍ରେଷ୍ଠ ୫ଟି ଅର୍ଥନୀତି ମଧ୍ୟରେ ଭାରତ ଏବେ ରହିଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହା କହିବା ସହିତ ମର୍ଗାନ ‌ଷ୍ଟାନଲେ ରିପୋର୍ଟକୁ ଉଦ୍ଧାର କରି ଭାରତ ୨୦୨୭ ସୁଦ୍ଧା ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ ବୋଲି ମତ ରଖିଛନ୍ତି।

ବିହାର ରୋହତସ ଜିଲ୍ଲାର ଗୋପାଳ ନାରାୟଣ ସିଂହ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇ ରାଜନାଥ ଆଜି ପିଲାମାନଙ୍କୁ ନୂଆ ଚିନ୍ତାଧାରା ଓ ଉଦ୍ଭାବନ ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହିତ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ କରିଛନ୍ତି। ଭାରତ ଏହାର ସୁବର୍ଣ୍ଣ ଯୁଗରେ ପ୍ରବେଶ କରିଛି। ଅମୃତ କାଳ ଶେଷରେ ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶରେ ପରିଣତ ହେବା ପାଇଁ ଦ୍ରୁତବେଗରେ ଆଗକୁ ବଢ଼ୁଛି। ଦେଶରେ ଷ୍ଟାର୍ଟଅପ୍‌ଙ୍କ ସଂଖ୍ୟା ପାଖାପାଖି ୧ ଲକ୍ଷ ନିକଟତର ହୋଇଛି। ଏମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ୟୁନିକର୍ଣ୍ଣ ରହିଛନ୍ତି ବୋଲି ସେ କହିଛନ୍ତି। ଦେଶକୁ ଉଚ୍ଚତର ସୋପାନକୁ ନେବା ପାଇଁ ଯୁବକମାନଙ୍କର ସାମର୍ଥ୍ୟ ରହିଛି ବୋଲି ରାଜନାଥ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe