କୁଏତରୁ ୪୦ ଭାରତୀୟଙ୍କ ମୃତଦେହ ଆଣିବେ ଭାରତ ସରକାର, ପହଞ୍ଚିଲା  ସୁପର ହରକୁଲେସ୍ ବିମାନ

Advertisment
କୁଏତରୁ ୪୦ ଭାରତୀୟଙ୍କ ମୃତଦେହ ଆଣିବେ ଭାରତ ସରକାର, ପହଞ୍ଚିଲା  ସୁପର ହରକୁଲେସ୍ ବିମାନ

ନୂଆଦିଲ୍ଲୀ: କୁଏତର ମଙ୍ଗାଫ ଅଞ୍ଚଳରେ ଥିବା ଏକ କୋଠାରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୦ ଭାରତୀୟଙ୍କ ମୃତଦେହଗୁଡ଼ିକୁ ଫେରାଇ ଆଣିବେ ଭାରତ ସରକାର। ଏଥିପାଇଁ ଭାରତୀୟ ବାୟୁସେନାକୁ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ କୁଏତ ସରକାର ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୦ରୁ ଅଧିକ ଭାରତୀୟଙ୍କ ମୃତଦେହର ଡିଏନଏ ପରୀକ୍ଷା କରୁଛନ୍ତି ଏବଂ ସେମାନଙ୍କୁ ଫେରାଇ ଆଣିବା ପାଇଁ ଭାରତୀୟ ବାୟୁସେନାର ସୁପର ହରକୁଲେସ୍ ବିମାନକୁ ପ୍ରସ୍ତୁତ ରଖାଯାଇଛି। ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଏବଂ ମୃତକଙ୍କ ଶବକୁ ଶୀଘ୍ର ଫେରାଇ ଆଣିବା ପାଇଁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ କୁଏତରେ ପହଞ୍ଚିଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ଅଲ୍-ମଙ୍ଗାଫ୍ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ମୋଟ ୪୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ସେମାନଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ବୋଲି ଅନୁମାନ କରାଯାଉଛି। କୁଏତରେ ପହଞ୍ଚିବାର କିଛି ଘଣ୍ଟା ପରେ ସିଂହ କୁଏତ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଅଲ୍ଲୀ ଅଲ୍ ୟାହିୟାଙ୍କୁ ଭେଟିଥିଲେ। କୁଏତରେ ଥିବା ଭାରତୀୟ ଦୂତାବାସ କହିଛି ଯେ ଅଲ-ୟାହିୟା ଚିକିତ୍ସା ସେବା, ମୃତଦେହକୁ ଶୀଘ୍ର ଫେରାଇ ଆଣିବା ଏବଂ ଘଟଣାର ତଦନ୍ତ ସମେତ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଦୁଃଖଦ ଘଟଣାରେ ବୈଦେଶିକ ମନ୍ତ୍ରୀ ୟାହିୟା ଗଭୀର ଶୋକ ପ୍ରକାଶ କରିଛନ୍ତି ବୋଲି ଦୂତାବାସ ପକ୍ଷରୁ ଏକ୍ସରେ ଲେଖାଯାଇଛି। ଚିକିତ୍ସା, ମୃତଦେହକୁ ଶୀଘ୍ର ଫେରାଇ ଆଣିବା ଓ ଘଟଣାର ତଦନ୍ତ ସମେତ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe