Rafale Jets: ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି, ଡରିବେ ଶତ୍ରୁ: ଭାରତ କିଣିବ ଆଉ ୧୧୪ଟି ରାଫେଲ୍ ବିମାନ

Advertisment
New Project (1)

Rafale Jets Photograph: (sambad.in)

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ଫେବୃଆରୀ ତୃତୀୟ ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି। ସେ ଫେବୃଆରୀ ୧୮ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ଏଆଇ ସମ୍ମିଳନୀରେ ଯୋଗଦେବେ ବୋଲି ଆଶା କରାଯାଉଛି। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ଏହି ଗସ୍ତ ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କାରଣ ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନାରେ ରାଫେଲ ଜେଟ୍ କ୍ରୟ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ଏହି ଚୁକ୍ତିରେ ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ ଲଢ଼ୁଆ ବିମାନ କିଣିବା ପାଇଁ ଡିଲ୍ ହୋଇପାରେ।

ସୂଚନା ଅନୁଯାୟୀ, ଭାରତର ପ୍ରତିରକ୍ଷା ଅଧିଗ୍ରହଣ ବୋର୍ଡ ଗତ ମାସରେ ଏହି ପ୍ରସ୍ତାବକୁ ପ୍ରାଥମିକ ଅନୁମୋଦନ ଦେଇଥିଲା ଏବଂ ଆସନ୍ତା ସପ୍ତାହରେ ଭାରତର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଏହା ଉପରେ ଆଲୋଚନା ହେବା ନେଇ ଆଶା କରାଯାଉଛି। ଭାରତୀୟ ବାୟୁସେନାର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଚୁକ୍ତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତ ଭାବୁଛି। ଭାରତୀୟ ବାୟୁସେନା ୮୮ଟି ସିଙ୍ଗଲ-ସିଟର ଓ ୨୬ଟି ଟୁଇନ୍-ସିଟର ଏୟାରକ୍ରାଫ୍ଟ କିଣିବ। ଅଧିକାଂଶ ଫ୍ରାନ୍ସ ନିର୍ମାତା ଡି ସାଲ୍ଟ ଓ ଭାରତୀୟ ଘରୋଇ କମ୍ପାନୀଗୁଡ଼ିକ ଦ୍ୱାରା ଭାରତରେ ନିର୍ମାଣ ହେବ, ଚୁକ୍ତି ପୂରା ହେବା ପରେ, ଭାରତୀୟ ବାୟୁସେନା ପାଖରେ ରାଫେଲ ବିମାନ ସଂଖ୍ୟା ପ୍ରାୟ ୧୫୦କୁ ବୃଦ୍ଧି ପାଇବ।

ଏଠାରେ କହିରଖୁଛୁ କି, ରାଫେଲ ଲଢ଼ୁଆ ବିମାନ ଭାରତୀୟ ବାୟୁସେନା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାରେ ଏହି ଲଢ଼ୁଆ ବିମାନ ମୂଖ୍ୟ ଭୂମୀକା ଗ୍ରହଣ କରିଥିଲା। ରାଫେଲ ଏକ ୪.୫-ପିଢ଼ିର ଲଢ଼ୁଆ ବିମାନ, ଯାହାକୁ ପାକିସ୍ତାନର ଜେଏଫ୍-୧୭ଠୁ ଅଧିକ ଉନ୍ନତ ବୋଲି ଜଣାଯାଏ। ଏହା ବ୍ୟତୀତ, ଭାରତୀୟ ବାୟୁସେନା ପାଖରେ ବର୍ତ୍ତମାନ ୩୬ଟି ରାଫେଲ ଯୁଦ୍ଧ ବିମାନ ଅଛି, ଫ୍ରାନ୍ସ ସହ ଚୁକ୍ତି ସ୍ଵାକ୍ଷର ପରେ ଏହି ସଂଖ୍ୟା ଅଧିକ ବଢ଼ିବା ନେଇ ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe