ରୁଷଠାରୁ ଆହୁରି ଶସ୍ତାରେ ତେଲ କିଣିବାକୁ ଚାହୁଁଛି ଭାରତ

Advertisment
ଇରାନ ସଙ୍କଟ ବଢ଼ାଇବ ତେଲ ଦାମ୍!

abp live

ନୂଆଦିଲ୍ଲୀ : ରୁଷଠାରୁ ତେଲ କିଣୁଥିବାରୁ ଭାରତକୁ ଆମେରିକା ଓ ୟୁରୋପୀୟ ଦେଶମାନେ ସମାଲୋଚନା କରୁଥିଲେ ବି ଭାରତ ତାହାର ଭୂକ୍ଷେପ କରୁନାହିଁ । କାରଣ ରୁଷ ରିହାତି ଦରରେ ତେଲ ବିକୁଥିବାରୁ ସେହି ଆମେରିକା ଓ ୟୁରୋପୀୟ ଦେଶମାନେ ରଷଠାରୁ ପ୍ରଚୁର ପରିମାଣରେ ତେଲ କିଣୁଛନ୍ତି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ଏବେ ୧୦୮ ଡଲାର ଥିବାବେଳେ ଭାରତକୁ ରୁଷ ବ୍ୟାରେଲ ପିଛା ୭୦ ଡଲାରରେ ତେଲ ଯୋଗାଉଛି । କିନ୍ତୁ ରୁଷ ଉପରେ ଏବେ ପ୍ରବଳ ଅନ୍ତର୍ଜାତୀୟ ଚାପ ଥିବାରୁ ଭାରତ ରୁଷଠାରୁ ଆହୁରି ଶସ୍ତାରେ ତେଲ କିଣିବାକୁ ଉଦ୍ୟମ କରୁଛି । ତେଲ ଉପରେ ଆହୁରି ରିହାତି ଦେବାକୁ ଭାରତ ରୁଷ ନିକଟରେ ଦାବି କରିଛି । ଏ ନେଇ ଦୁଇ ଦେଶ ମଧ୍ୟରେ ଏକ ଉଚ୍ଚସ୍ତରୀୟ କଥାବାର୍ତ୍ତା ଚାଲିଛି।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଆରମ୍ଭ ହେବା ପରେ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ କଟକଣା ଲଗାଇଛନ୍ତି । ତେବେ କଟକଣା ତାଲିକାରେ ତେଲ ନାହିଁ । ଏହାର ସୁଯୋଗ ନେଇ ଭାରତ ରୁଷରୁ ତେଲ ଆମଦାନୀ ବଢାଇଦେଇଛି । ଯୁଦ୍ଧ ଆରମ୍ଭ ହେବାପରଠାରୁ ଏବେ ସୁଦ୍ଧା ଭାରତୀୟ କମ୍ପାନିମାନେ ରୁଷରୁ ପ୍ରାୟ ୪୦ ନିୟୁତ ବ୍ୟାରେଲ ତେଲ ଆମଦାନୀ କରିସାରିଲେଣି । କିନ୍ତୁ ରୁଷରୁ ତେଲ କ୍ରୟ ବନ୍ଦ ପାଇଁ ଭାରତ ଉପରେ ଚାପ ବଢିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe