ଋଷ ବଦଳରେ ଆମେରିକାଠୁ ତେଲ କିଣିବ ଭାରତ ? ଟ୍ରମ୍ପ କହିଲେ...

Advertisment

ଋଷ ବଦଳରେ ଆମେରିକା ଠାରୁ ତେଲ କିଣିବ କି ଭାରତ ? ଏହି ପ୍ରଶ୍ନ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଭେନେଜୁଏଲାର ଅଶୋଧିତ ତୈଳ କିଣିବା ଆରମ୍ଭ କରିବାକୁ କହିଛନ୍ତି

ଋଷ ବଦଳରେ ଆମେରିକା ଠାରୁ ତେଲ କିଣିବ କି ଭାରତ ? ଏହି ପ୍ରଶ୍ନ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଭେନେଜୁଏଲାର ଅଶୋଧିତ ତୈଳ କିଣିବା ଆରମ୍ଭ କରିବାକୁ କହିଛନ୍ତି

New Project (9)

oil Photograph: (sambad.in)

ଵାସିଂଟନ୍: ଋଷ ବଦଳରେ ଆମେରିକା ଠାରୁ ତେଲ କିଣିବ କି ଭାରତ ? ଏହି ପ୍ରଶ୍ନ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଭେନେଜୁଏଲାର ଅଶୋଧିତ ତୈଳ କିଣିବା ଆରମ୍ଭ କରିବାକୁ କହିଛନ୍ତି। ଟ୍ରମ୍ପ କହିଛନ୍ତି, ଭାରତ ଖୁବଶୀଘ୍ର ଭେନେଜୁଏଲାର ଅଶୋଧିତ ତୈଳ କିଣିବା ଆରମ୍ଭ କରିପାରେ, ରୁଷୀୟ ତୈଳର ବିକଳ୍ପ ଭାବରେ ଭାରତ ଭେନେଜୁଏଲାଠୁ ତୈଳ କିଣିପାରେ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ଏକ ସମୟରେ ଏହି ବୟାନ ଦେଇଛନ୍ତି, ଯେତେବେଳେ ଭାରତ ଋଷଠାକୁ ତୈଲ କ୍ରୟକୁ ହ୍ରାସ କରିବାତୁ ନିଷ୍ପତ୍ତି ନେଇଛି। ସୂଚନା ମୁତାବକ, ଆମେରିକାର ଟାରିଫ୍ ଲାଗୁ ପରେ ଭାରତ ଋଷଠାରୁ ପ୍ରତିଦିନ ତୈଳ କ୍ରୟକୁ ହ୍ରାସ କରିବା ଦିଗରେ ଆଗକୁ ବଢ଼ୁଛି।

ଋଷ ଉପରୁ କମୁଛି ଭାରତର ନିର୍ଭରଶୀଳତା

ଡୋନାଲ୍ଡ ଟ୍ରମ୍ପ ମାର୍ଚ୍ଚ ୨୦୨୫ରେ ଭାରତ ସମେତ ଭେନେଜୁଏଲାରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ ଏବଂ ଆମେରିକାର ସେନା ଜାନୁଆରୀ ୩ରେ ନିକୋଲାସ ମାଦୁରୋଙ୍କୁ ଗିରଫ କରିଥିଲା। ସେବେଠାରୁ, ୱାଶିଂଟନ ଏହାର ମନୋଭାବରେ ପରିବର୍ତ୍ତନର ସଙ୍କେତ ଦେଇଛି, ନୂଆଦିଲ୍ଲୀକୁ କହିଛି ଯେ ଋଷରୁ ହ୍ରାସ ପାଉଥିବା ଯୋଗାଣର କ୍ଷତିପୂରଣ ପାଇଁ ସେ ଭେନେଜୁଏଲାର ତେଲ କ୍ରୟ ପୁଣି ଆରମ୍ଭ କରିପାରେ। ଏହି ପଦକ୍ଷେପକୁ ଋଷର ତୈଳ ରାଜସ୍ୱ ହ୍ରାସ କରିବାର ଏକ ପ୍ରୟାସ ଭାବରେ ଦେଖାଯାଉଛି, ଯାହା ୟୁକ୍ରେନରେ ମସ୍କୋର ଯୁଦ୍ଧକୁ ପାଣ୍ଠି ଯୋଗାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe