ଆଗାମୀ ୧୦ ବର୍ଷରେ ଭାରତରେ ରେକର୍ଡସଂଖ୍ୟକ ନୂଆ ଡାକ୍ତର ବାହାରିବେ: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଆଗାମୀ ୧୦ ବର୍ଷରେ ଭାରତରେ ରେକର୍ଡସଂଖ୍ୟକ ନୂଆ ଡାକ୍ତର ବାହାରିବେ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରତି ଜିଲ୍ଲାରେ ମେଡିକାଲ୍‌ କଲେଜ ସ୍ଥାପନ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବାରୁ ଆଗାମୀ ୧୦ ବର୍ଷରେ ଦେଶରେ ରେକର୍ଡସଂଖ୍ୟକ ନୂଆ ଡାକ୍ତର ବାହାରିବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ଗୁଜରାଟର ଭୁଜ୍‌ ଜିଲ୍ଲାରେ ‘କେ.କେ. ପଟେଲ୍‌ ସୁପର୍‌ ସ୍ପେସାଲିଟି ହସ୍ପିଟାଲ୍‌’ ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ, ଏହାଛଡ଼ା, ସମସ୍ତଙ୍କ ପାଇଁ ଡାକ୍ତରୀ ଶିକ୍ଷା ଉନ୍ମୁକ୍ତ କରିବା ଲାଗି ସରକାରଙ୍କ ଉଦ୍ୟମ ମଧ୍ୟ ଏଥିପାଇଁ ସହାୟକ ହେବ।

publive-image Image Courtesy of Mid-Day

ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭୁଜ୍‌ର ଏହି ଡାକ୍ତରଖାନା ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଉତ୍ତମ ମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବ। ଦୁଇ ଦଶନ୍ଧି ପୂର୍ବେ ୧,୧୦୦ ସିଟ୍‌ ଥାଇ ଗୁଜରାଟରେ ମାତ୍ର ୯ଟି ମେଡିକାଲ୍‌ କଲେଜ ଥିଲା। ଏବେ ୬୦୦୦ ସିଟ୍‌ ଥାଇ ୩୬ରୁ ଊର୍ଦ୍ଧ୍ବ ମେଡିକାଲ୍‌ କଲେଜ୍ ଅଛି।

publive-image Image Courtesy of India TV News

୨୦୦୧ରେ ଭୂମିକମ୍ପ କଥା ସ୍ମରଣ କରି ମୋଦୀ କହିଲେ, କଠିନ ପରିଶ୍ରମ ବଳରେ ଏବେ ଭୁଜ୍‌ ଓ କଚ୍‌ବାସୀ ଏ ଅଞ୍ଚଳର ନୂତନ ଭାଗ୍ୟ ରଚନା କରୁଛନ୍ତି। ଆଜି ଏ ଅଞ୍ଚଳରେ ଅନେକ ଆଧୁନିକ ଡାକ୍ତରୀ ସେବା ଉପଲବ୍ଧ ହେଲାଣି। ଏହି ପରିପ୍ରେକ୍ଷୀରେ ଆଜି ଭୁଜ୍‌ରେ ଏକ ଆଧୁନିକ, ସୁପର୍‌-ସ୍ପେସାଲିଟି ହସ୍ପିଟାଲ୍‌ ଖୋଲୁଛି।

ସେ ଆହୁରି ମଧ୍ୟ କହି‌ଛନ୍ତି ଯେ, ଉନ୍ନତ ସ୍ବାସ୍ଥ୍ୟ ସେବା କେବଳ ରୋଗ ଚିକିତ୍ସାରେ ସୀମିତ ନୁହେଁ, ଏହା ସାମାଜିକ ନ୍ୟାୟ ମଧ୍ୟ ପ୍ରଦାନ କରିବ। ଗରିବଟିଏ ଶସ୍ତାରେ ସର୍ବୋତ୍ତମ ଚିକିତ୍ସା ପାଇଲେ ଶାସନ ବ୍ୟବସ୍ଥା ପ୍ରତି ତାଙ୍କର ବିଶ୍ବାସ ଦୃଢ଼ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe