ଡିସେମ୍ବର ଶେଷ ସୁଦ୍ଧା ୨୦୦ ରୁ ୩୦୦ ନିୟୁତ କୋଭିଡ୍‌-୧୯ ଟିକା ପାଇବ ଭାରତ: ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍

Advertisment
ଡିସେମ୍ବର ଶେଷ ସୁଦ୍ଧା ୨୦୦ ରୁ ୩୦୦ ନିୟୁତ କୋଭିଡ୍‌-୧୯ ଟିକା ପାଇବ ଭାରତ: ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍

Image Courtesy of India Today

ପୁଣେ: ଡିସେମ୍ବର ଶେଷ ସୁଦ୍ଧା ଭାରତ ପାଇଁ ୨୦୦ ରୁ ୩୦୦ ନିୟୁତ କୋଭିଡ୍‌-୧୯ ଟିକା ପ୍ରସ୍ତୁତ ସରିଥିବ ଏବଂ ୨୦୨୧ ମାର୍ଚ ସୁଦ୍ଧା ଚୂଡ଼ାନ୍ତ ବା ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଥିବା ଟିକା ମିଳିବ ବୋଲି ବୋଲି ଶନିବାର ଦିନ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍’ ଡକ୍ଟର୍‌ ସୁରେଶ ଯାଦବ କହିଛନ୍ତି।

ସେ କହିଛନ୍ତି, ଡିସେମ୍ବର ଶେଷ ସୁଦ୍ଧା ଭାରତ ଲାଗି ୨୦୦ ରୁ ୩୦୦ ନିୟୁତ ଡୋଜ୍ କୋଭିଡ୍‌-୧୯ ଟିକା ପ୍ରସ୍ତୁତ ସରିଥିବ। ‘ଡିସିଜିଆଇ’ଙ୍କ ଠାରୁ ଲଇସେନ୍‌ସ୍ ମିଳିବା ପରେ ଏହି ଟିକାର ଶୁଭାରମ୍ଭ କରାଯିବ। ଏହାପରେ ବାକି ସବୁ ପ୍ରକାର ଅନୁମତି ମିଳିଗଲେ ପ୍ରତି ମାସରେ ୬୦ ରୁ ୭୦ ନିୟୁତ ଡୋଜ୍ ଟିକା ଉତ୍ପାଦନ କରାଯିବ।

publive-image Image Courtesy of The Week

କରୋନାଭାଇରସ୍ ବିପତ୍ତି ସହ ଲଢ଼ିବାକୁ ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌’ ପାଞ୍ଚଟି ପୃଥକ୍ ଟିକା ଉପରେ କାମ କରୁଥିବା କଥା ମଧ୍ୟ ସେ ସୂଚନା ଦେଇଛନ୍ତି।

ଡକ୍ଟର ଯାଦବ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସବୁ କଥା ସୁରୁଖୁରୁରେ ଚାଲିଛି। କିନ୍ତୁ, କୋଭିଡ୍-୧୯ ଟିକା ଦିଆଯିବା ପରେ ‘ଇମ୍ୟୁନିଟି’ ବା ରୋଗ ପ୍ରତିରୋଧକ ଶକ୍ତି କେତେ ଦିନ ତିଷ୍ଠି ରହୁଛି ତାହା ଦେଖିବା କଥା। ଟିକା ନେଇଥିବା ଲୋକମାନଙ୍କ ଉପରେ ଦୃଷ୍ଟି ରଖାଯାଇ ଦୁଇ ତିନି ବର୍ଷ ମଧ୍ୟରେ ତାହା ଜାଣି ହେବ।

‘ହିଲ୍‌ ଫାଉଣ୍ଡେସନ୍‌’ଦ୍ବାରା ଆୟୋଜିତ ‘ଫାର୍ମା ଏକ୍ସେଲେନ୍‌ସ୍‌ ଇ ସମିଟ୍‌ ୨୦୨୦’ରେ ଉଦ୍‌ବୋଧନ ଦେଇ ଉପରୋକ୍ତ କଥା କହିବା ସହ ଡକ୍ଟର ସୁରେଶ ଯାଦବ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ଏକ ଟିକା ବଜାରରେ ‘ହିଟ୍‌’ ହେବାକୁ ସାଧାରଣତଃ ୮ ରୁ ୧୦ ବର୍ଷ ସମୟ ନିଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe