ଅଟ୍ଟାରି ସୀମାନ୍ତରେ ପାକିସ୍ତାନୀ ପତାକାଠାରୁ ଉଚ୍ଚ ତ୍ରିରଙ୍ଗା ଉତ୍ତୋଳନ କରିବ ଭାରତ

Advertisment
ଅଟ୍ଟାରି ସୀମାନ୍ତରେ ପାକିସ୍ତାନୀ ପତାକାଠାରୁ ଉଚ୍ଚ ତ୍ରିରଙ୍ଗା ଉତ୍ତୋଳନ କରିବ ଭାରତ

Image Courtesy of Mid-day

ନୂଆଦିଲ୍ଲୀ: ଅଟ୍ଟାରି ସୀମାନ୍ତରେ ଦେଶର ସର୍ବୋଚ୍ଚ ତ୍ରିରଙ୍ଗ ପତାକା (୪୧୮ ଫୁଟ୍‌) ଉତ୍ତୋଳନ କରିବା ଲାଗି ‘ନ୍ୟାସ୍‌ନାଲ୍‌ ହାଇୱେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ ପ୍ରସ୍ତୁତି କରୁଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

‘ନ୍ୟାସ୍‌ନାଲ୍‌ ହାଇୱେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ର ଜଣେ ଅଧିକାରୀ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଅନୁମୋଦନ ପାଇବା ପରେ ‘ନ୍ୟାସ୍‌ନାଲ୍‌ ହାଇୱେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ ଉକ୍ତ ପ୍ରକଳ୍ପ ପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଶେଷ କରି ଜଣେ କଣ୍ଟ୍ରାକ୍ଟର୍‌ ପାଇଛନ୍ତି।

ସମ୍ପ୍ରତି ଅଟ୍ଟାରି ସୀମାନ୍ତରେ ଥିବା ୩.୫ କୋଟି ଟଙ୍କା ମୂଲ୍ୟର ୩୬୦ ଫୁଟ୍‌ ଉଚ୍ଚ ଜାତୀୟ ପତାକାଟି ୨୦୧୭ ମାର୍ଚରେ ଉତ୍ତୋଳନ କରାଯାଇଥିଲା। ବାଦ ପକାଇ ପାକିସ୍ତାନ ସେହି ବର୍ଷ ଅଗଷ୍ଟ ମାସରେ ୱାଗା ଚେକ୍‌ ପ‌ୋଷ୍ଟ୍‌ ସମ୍ମୁଖକୁ ଲାଗିଥିବା ଅଞ୍ଚଳରେ ୪୦୦ ଫୁଟ୍‌ ଉଚ୍ଚର ପାକିସ୍ତାନୀ ଜାତୀୟ ପତାକା ଉତ୍ତୋଳନ କରିଥିଲା। କିନ୍ତୁ, ପାକିସ୍ତାନୀ ପତାକା ତୁଳନାରେ ଏଥରର ନୂଆ ତ୍ରିରଙ୍ଗାଟି ୧୮ ଫୁଟ୍‌ ଲମ୍ବ ହେବ।

publive-image Image Courtesy of OP India

‘ନ୍ୟାସ୍‌ନାଲ୍‌ ହାଇୱେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ର ଅଧିକାରୀଜଣକ ଆହୁରି ମଧ୍ୟ କହିଛନ୍ତି, ଆମେ କଣ୍ଟ୍ରାକ୍ଟ୍‌ ଅନୁମୋଦନ କରିଛୁ ଏବଂ ୧୫/୨୦ ଦିନ ମଧ୍ୟରେ ପତାକା ଲାଗିବା କାମ ଆରମ୍ଭ ହୋଇଯିବ। କେଉଁ ସ୍ଥାନରେ ପତାକା ଲାଗିବ ତାହା ଏଯାବତ୍‌ ସ୍ଥିର ହୋଇ ନ ଥିଲେ ବି ସୀମା ସୁରକ୍ଷା ବଳର ପ୍ରସ୍ତାବ ଅନୁସାରେ, ‘ଜଏଣ୍ଟ୍‌ ଚେକ୍‌ ପୋଷ୍ଟ୍‌’ର ଦର୍ଶକଙ୍କ ଗ୍ୟାଲେରି ନିକଟବର୍ତ୍ତୀ ଅଞ୍ଚଳରେ ଏହା ଲାଗିବ ବୋଲି ଜଣାପଡୁଛି। ଗ୍ୟାଲେରି ଅଟ୍ଟାଳିକାର ଉଚ୍ଚତା ଯୋଗୁଁ ‘ବିଟିଙ୍ଗ୍‌ ରିଟ୍ରିଟ୍‌’ ଉତ୍ସବ ଦେଖିବାକୁ ଆସୁଥିବା ଲୋକଙ୍କୁ ଏବେ ଲାଗିଥିବା ତ୍ରିରଙ୍ଗା ଭଲ ଭାବେ ଦିଶୁନାହିଁ।

ଏବେ ସେଠାରେ ଥିବା ଭାରତୀୟ ପତାକାକୁ ହଟାଯିବା ପାଇଁ କୌଣସି ଯୋଜନା ନାହିଁ। ନୂଆ ପତାକା ଲାଗି ସାରିବା ପରେ ସେ ନିଷ୍ପତ୍ତି ଗ୍ରହଣ କରାଯିବ। ଗୋଟିଏ ମାସ ମଧ୍ୟରେ ଏହି ନୂଆ ପ୍ରକଳ୍ପ ସମ୍ପନ୍ନ ହେବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe