Advertisment

ବାଂଲାଦେଶକୁ ଚିକିତ୍ସା ସହାୟତା ପଠାଇବ ଭାରତ: ବିଶେଷଜ୍ଞ ଡାକ୍ତର ଏବଂ ନର୍ସଙ୍କ ଦଳ ଢାକା ଯିବେ

Advertisment

ଢାକାର ଏକ ସ୍କୁଲ କୋଠାରେ ବାଂଲାଦେଶ ବାୟୁସେନାର ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ୨୫ ଜଣ ପିଲା ମଧ୍ୟ ଅଛନ୍ତି...

ଢାକାର ଏକ ସ୍କୁଲ କୋଠାରେ ବାଂଲାଦେଶ ବାୟୁସେନାର ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ୨୫ ଜଣ ପିଲା ମଧ୍ୟ ଅଛନ୍ତି...

India to send medical aid to Bangladesh: Team of expert doctors and nurses to visit Dhaka

India to send medical aid to Bangladesh: Team of expert doctors and nurses to visit Dhaka Photograph: (sambad.in)

ଢାକା: ଢାକା ବିମାନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ଭାରତର ବିଶେଷଜ୍ଞ ଡାକ୍ତର ଏବଂ ନର୍ସଙ୍କ ଏକ ଦଳ ବାଂଲାଦେଶ ଯିବେ। ଏହି ବର୍ଣ୍ଣ ବିଶେଷଜ୍ଞ ଦଳ ଦୁର୍ଘଟଣାରେ ଜଳିପୋଡ଼ି ଆହତ ହୋଇଥିବା ପୀଡିତଙ୍କ ଚିକିତ୍ସା କରିବେ। ଡାକ୍ତରଙ୍କ ଦଳ ରୋଗୀଙ୍କ ଅବସ୍ଥା ମୂଲ୍ୟାଙ୍କନ କରିବେ ଏବଂ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ପରାମର୍ଶ ଦେବେ। ଆବଶ୍ୟକ ହେଲେ, ସେମାନଙ୍କୁ ଭାରତ ଅଣାଯାଇ ଚିକିତ୍ସା କରାଯିବ। ଚିକିତ୍ସା ଏବଂ ପ୍ରାରମ୍ଭିକ ମୂଲ୍ୟାଙ୍କନ ପରେ, ଅତିରିକ୍ତ ଡାକ୍ତରୀ ଦଳ ମଧ୍ୟ ଢାକା ଯାଇପାରନ୍ତି।


ଆଇଏସପିଆର କହିଛି ଯେ, ଢାକାର ୧୦ଟି ହସ୍ପିଟାଲରେ ୧୬୫ ଜଣ ଆହତଙ୍କୁ ଚିକିତ୍ସା କରାଯାଉଛି। ମାଇଲଷ୍ଟୋନ୍ ସ୍କୁଲ୍ ଏବଂ କଲେଜ ଏବଂ ନିକଟସ୍ଥ ସ୍କୁଲର ଛାତ୍ରମାନେ ଏକ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ମୃତକଙ୍କ ବିଷୟରେ ସଠିକ୍ ସୂଚନା ସାର୍ବଜନୀନ କରିବା, ପୀଡିତ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଏବଂ ବାଂଲାଦେଶ ବାୟୁସେନା ଦ୍ୱାରା ବ୍ୟବହୃତ ପୁରୁଣା ଏବଂ ଅସୁରକ୍ଷିତ ତାଲିମ ବିମାନକୁ ତୁରନ୍ତ ବନ୍ଦ କରିବା ପାଇଁ ସେମାନେ ଦାବି କରିଥିଲେ। ଆଇନଗତ ପରାମର୍ଶଦାତା ଆସିଫ୍ ନଜରୁଲ୍, ଶିକ୍ଷା ପରାମର୍ଶଦାତା ସିଆର ଅବରାର ଏବଂ ମୁଖ୍ୟ ପରାମର୍ଶଦାତାଙ୍କ ପ୍ରେସ୍ ସଚିବ ଶଫିକୁଲ୍ ଆଲାମ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ସେମାନଙ୍କର ଆନ୍ଦୋଳନକାରୀ ଛାତ୍ରମାନଙ୍କ ସହିତ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ପରାମର୍ଶଦାତାମାନେ ସ୍କୁଲର ଏକ କୋଠା ଭିତରେ ଆଶ୍ରୟ ନେଇଥିଲେ କିନ୍ତୁ ସେନା ଏବଂ ଅର୍ଦ୍ଧସାମରିକ ବାହିନୀର ସୁରକ୍ଷା ସତ୍ତ୍ୱେ, ଛାତ୍ରମାନେ କୋଠାକୁ ଘେରାବନ୍ଦୀ କରିଥିଲେ।

ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ, କର୍ତ୍ତୃପକ୍ଷ ଜାଣିଶୁଣି ମୃତକଙ୍କ ପ୍ରକୃତ ସଂଖ୍ୟା ଲୁଚାଉଛନ୍ତି। ତେବେ ମହମ୍ମଦ ୟୁନୁସଙ୍କ କାର୍ଯ୍ୟାଳୟ ଛାତ୍ରମାନଙ୍କ ଦାବିକୁ ଖଣ୍ଡନ କରି ଏକ ବିବୃତି ଜାରି କରିଛି। ୟୁନୁସଙ୍କ କାର୍ଯ୍ୟାଳୟ ଏକ ବିବୃତିରେ କହିଛି, ବିଭିନ୍ନ ବର୍ଗ ମୃତକଙ୍କ ସଂଖ୍ୟା ଲୁଚାଇଥିବା ନେଇ ଏକ ଭ୍ରାମକ ଅଭିଯାନ ଚଲାଯାଉଛି। ଆମେ ସମସ୍ତଙ୍କୁ ଦୃଢ଼ ଭାବରେ ଜଣାଇବାକୁ ଚାହୁଁଛୁ ଯେ, ଏହି ଦାବି ଠିକ୍ ନୁହେଁ। ରହମାନ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୨୦ ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ରହମାନ ରାଜଧାନୀର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବର୍ନ ଆଣ୍ଡ ପ୍ଲାଷ୍ଟିକ୍ ସର୍ଜରୀ (ଏନଆଇବିପିଏସ)ରେ ସାମ୍ବାଦିକମାନଙ୍କୁ କହିଛନ୍ତି,ଆମେ ଚିକିତ୍ସା ସେବା ଯୋଗାଇବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛୁ। କିଛି ରୋଗୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

 India

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe