ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ତାଙ୍କ କଥା ଦୋହରାଇ ଚାଲିଛନ୍ତି। ସେ ଶୁକ୍ରବାର ପୁଣି ଥରେ କହିଛନ୍ତି ଯେ ଭାରତ ଆଉ ରୁଷରୁ ତେଲ କିଣିବ ନାହିଁ, ଯଦିଓ ସେ ହଙ୍ଗେରୀର ଆମଦାନୀ ଜାରି ରଖିବା ପାଇଁ ସମର୍ଥନ କରିଥିଲେ।

Advertisment

ୟୁକ୍ରେନର ରାଷ୍ଟ୍ରପତି ଭୋଲ୍‌ଦିମିର୍‌ ଜେଲେନସ୍କିଙ୍କ ସହ ତାଙ୍କ ସାକ୍ଷାତ ସମୟରେ ହ୍ୱାଇଟ୍ ହାଉସରେ ଭାଷଣ ଦେଇ ୭୯ ବର୍ଷୀୟ ଆମେରିକା ରାଷ୍ଟ୍ରପତି ତାଙ୍କ କଥାକୁ ନେଇ ବେଶ୍‌ ଦୃଢ଼ ଜଣାପଡୁଥିଲେ। 

କଥା ଦୋହରାଇଲେ ଟ୍ରମ୍ପ୍‌

ବୁଧବାର ଦିନ ଟ୍ରମ୍ପ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଏକ ଫୋନ୍ ବାର୍ତ୍ତାଳାପ ହୋଇଥିଲା, ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ନୂଆଦିଲ୍ଲୀ ରୁଷରୁ ତେଲ କିଣିବା ବନ୍ଦ କରିବ। ୟୁକ୍ରେନ ଯୁଦ୍ଧ ପାଇଁ ମସ୍କୋକୁ ଅଲଗା କରିବା ପାଇଁ ଏହାକୁ "ଏକ ବଡ଼ ପଦକ୍ଷେପ" ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀ ମୋତେ ରୁଷ୍‌ଠାରୁ ତୈଳ କିଣିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି: ଟ୍ରମ୍ପ୍‌

ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ, ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ସେ ଭାରତର ଋଷୀୟ ଅଶୋଧିତ ତୈଳ ଆମଦାନୀ ବିଷୟରେ ମୋଦୀଙ୍କ କଥା ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ସତ କି ଟ୍ରମ୍ପ୍‌ଙ୍କ କଥା? ରୁଷଠାରୁ ସତରେ ତୈଳ କିଣିବନି କି ଭାରତ? ଆସିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା

ମୋଦୀଙ୍କୁ କହିଥି‌ଲେ ଘନିଷ୍ଠ ବନ୍ଧୁ

ଶକ୍ତି ନୀତି ଉପରେ ମତଭେଦ ସତ୍ତ୍ୱେ ଟ୍ରମ୍ପ ଭାରତୀୟ ନେତାଙ୍କୁ ଜଣେ ଘନିଷ୍ଠ ସହଯୋଗୀ ଭାବରେ ମଧ୍ୟ ବର୍ଣ୍ଣନା କରିଥିଲେ। "ସେ ମୋର ଜଣେ ବନ୍ଧୁ। ଆମର ଏକ ଭଲ ସମ୍ପର୍କ ଅଛି," ଚୀନ୍ ସହିତ ଉତ୍ତେଜନା ମଧ୍ୟରେ ସେ ଭାରତକୁ ଏକ ନିର୍ଭରଯୋଗ୍ୟ ସହଯୋଗୀ ଭାବରେ ଦେଖନ୍ତି କି ବୋଲି ପଚରାଯିବାରୁ ଟ୍ରମ୍ପ ଏପରି କହିଥିଲେ। ହେଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପରେ ଦାବିକୁ ଖାରଜ କରି କହିଥିଲା ଯେ "ଦୁଇ ନେତାଙ୍କ ମଧ୍ୟରେ କୌଣସି ଫୋନ୍ କଲ୍ ହୋଇନାହିଁ"।

donald-trump | Russia | India