Advertisment

୭୨% ଲୋକଙ୍କ ମତ: ଚୀନ୍‌କୁ ହରାଇପାରିବ ଭାରତ

Advertisment

ଇଣ୍ଡିଆ ଟୁଡେ ‘ମୁଡ୍‌ ଅଫ୍‌ ଦିନ ନେସନ୍‌’ ସର୍ଭେ, ଚୀନ୍‌ ସହ ଯୁଦ୍ଧ ଚାହୁଛନ୍ତି ୫୯% ଜନତା

ଇଣ୍ଡିଆ ଟୁଡେ ‘ମୁଡ୍‌ ଅଫ୍‌ ଦିନ ନେସନ୍‌’ ସର୍ଭେ, ଚୀନ୍‌ ସହ ଯୁଦ୍ଧ ଚାହୁଛନ୍ତି ୫୯% ଜନତା

୭୨% ଲୋକଙ୍କ ମତ: ଚୀନ୍‌କୁ ହରାଇପାରିବ ଭାରତ

The Statesman

ନୂଆଦିଲ୍ଲୀ : ପୂର୍ବ ଲଦାଖ୍‌ରେ ଚୀନ୍‌ ସହ ସୀମା ବିବାଦ, କରୋନା ବିରୋଧୀ ଲଢ଼େଇ ଏବଂ ଦେଶର ଅର୍ଥନୀତି ଆଦି ପ୍ରସଙ୍ଗ ନେଇ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ମୁଡ୍‌ ଅଫ୍‌ ଦି ନେସନ ସର୍ଭେ ରିପୋର୍ଟ ଆଜି ପ୍ରକାଶ କରାଯାଇଛି। ଏହି ସର୍ଭେରେ ୧୯ଟି ରାଜ୍ୟକୁ ସାମିଲ କରାଯାଇଥିଲା ଏବଂ ୧୨ ହଜାର ୨୧ ଜଣଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ସର୍ଭେରେ ଅଂଶ ଗ୍ରହଣ କରିଥିବା ୮୪ ପ୍ରତିଶତ ଲୋକ କହିଛନ୍ତି ଯେ ଭାରତ ଚୀନ୍‌ ଉପରେ ଆଦୌ ଭରସା କରିପାରିବ ନାହିଁ। ୫୯ ପ୍ରତିଶତ ଲୋକ କହିଛନ୍ତି ସୀମା ବିବାଦର ଅବସାନ ପାଇଁ ଭାରତ ଚୀନ୍‌ ସହ ଯୁଦ୍ଧ କରିବା ଆବଶ୍ୟକ। ୩୪ ପ୍ରତିଶତ ଲୋକ କହିଛନ୍ତି ଚୀନ୍‌ ସହ ଯୁଦ୍ଧ କରିବା ଉଚିତ ହେବନାହିଁ। ୭୨ ପ୍ରତିଶତ ଲୋକଙ୍କ ମତରେ ଭାରତ ଚୀନ୍‌ ସହ ଯୁଦ୍ଧରେ ବିଜୟୀ ହୋଇପାରିବ। ୯ ପ୍ରତିଶତ ଲୋକ କହିଛନ୍ତି ଚୀନ୍‌ ସହ ଲଢ଼େଇରେ ଭାରତ ଜିତି ପାରିବ ନାହିଁ। ଚୀନ୍‌ ବିରୋଧରେ ଆପ୍‌ ବ୍ୟାନ୍‌ଠାରୁ ଆରମ୍ଭ କରି ସରକାର ଅନ୍ୟ ଯେଉଁ କଟକଣା ପଦକ୍ଷେପ ନେଇଛନ୍ତି ତାହାକୁ ୯୧ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି। ମନମୋହନ ସିଂହ ସରକାରଙ୍କ ଆର୍ଥିକ ପ୍ରଦର୍ଶନ ତୁଳନାରେ ମୋଦୀ ସରକାରଙ୍କ ପ୍ରଦର୍ଶନ ଅଧିକ ଭଲ ବୋଲି ୪୩ ପ୍ରତିଶତ ଲୋକ କହିଥିବା ବେଳେ ୪୫ ପ୍ରତିଶତ ଲୋକ କହିଛନ୍ତି ଯେ ଉଭୟ ସରକାରଙ୍କ ଆର୍ଥିକ ପ୍ରଦର୍ଶନ ପ୍ରାୟ ସମାନ।

୪୮ ପ୍ରତିଶତ ଲୋକ କହିଛନ୍ତି ଯେ ସରକାର କରୋନା ବିରୋଧୀ ଲଢ଼େଇରେ ଭଲ କାମ କରିଛନ୍ତି। ଅନ୍ୟପକ୍ଷରେ ୨୯ ପ୍ରତିଶତ ଲୋକ କହିଛନ୍ତି ସରକାର ଏ କ୍ଷେତ୍ରରେ ବହୁତ ଭଲ କାମ କରିଛନ୍ତି। ୧୫ ଜୁଲାଇରୁ ୨୭ ଜୁଲାଇ ମଧ୍ୟରେ ଏହି ସର୍ଭେ କରାଯାଇଥିଲା ଏବଂ ଏଥିରେ ୫୨ ପ୍ରତିଶତ ପୁରୁଷ ଏବଂ ୪୮ ପ୍ରତିଶତ ମହିଳା ସାମିଲ ଥିଲେ। ଅନ୍ୟ ଦେଶ ତୁଳାନାରେ ଭାରତର କୋଭିଡ ଲଢ଼େଇ ଭଲ ବୋଲି ୪୩ ପ୍ରତିଶତ ଲୋକ କହିଥିବା ବେଳେ ୪୮ ପ୍ରତିଶତ ଲୋକ କହିଥିଲେ ଯେ ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଭାରତ କୋଭିଡ ମୁକାବିଲାରେ ସମାନ ସ୍ଥିତିରେ ରହିଛି। ୭ ପ୍ରତିଶତ ଲୋକ କହିଛନ୍ତି ଯେ ଅନ୍ୟ ରାଷ୍ଟ୍ର ତୁଳାନାରେ ଭାରତର କୋଭିଡ ମୁକାବିଲା ଖରାପ ରହିଛି। ଲକ୍‌ଡାଉନ୍‌ ଯୋଗୁଁ ଲୋକଙ୍କ ଜୀବନ ରକ୍ଷା ହୋଇପାରିଛି ବୋଲି ସରକାରଙ୍କ ଦାବିକୁ ୩୪ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି। ୩୮ ପ୍ରତିଶତ ଲୋକ କହିଛନ୍ତି ଯେ ଆର୍ଥିକ ଦୃଷ୍ଟିରୁ ସମସ୍ୟା ସତ୍ତ୍ବେ ଲୋକଙ୍କ ଜୀବନ ରକ୍ଷା ହୋଇପାରିଛି। ତେବେ ୨୫ ପ୍ରତିଶତ ଲୋକ ସରକାରଙ୍କ ଏହି ଦାବିକୁ ଗ୍ରହଣ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe