ନୂଆଦିଲ୍ଲୀ: ଦେଶରେ ସୁଦୃଢ଼ ବ୍ୟବସ୍ଥା ଥିବା କହି ଜାତିସଂଘ ତା’ର ସମନ୍ବିତ ଯୋଗାଣ ଶୃଙ୍ଖଳ ମାଧ୍ୟମରେ ଯାଚିଥିବା କୋଭିଡ୍-୧୯ ସମ୍ବନ୍ଧୀୟ ସାମଗ୍ରୀକୁ ଭାରତ ଅଗ୍ରାହ୍ୟ କରିଦେଇଛି ବୋଲି ଜାତିସଂଘର ମହାନିର୍ଦେଶକ ଆଣ୍ଟୋନିଓ ଗଟେରସ୍ଙ୍କର ଜଣେ ମୁଖପାତ୍ର କହିଛନ୍ତି।
Image Courtesy of Zee Newsଜାତିସଂଘ ମୁଖ୍ୟଙ୍କ ଉପମୁଖପାତ୍ର ଫାର୍ହାନ୍ ହକ୍ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଆବଶ୍ୟକ ପଡ଼ିପାରେ ବୋଲି ବିଚାରି ଆମେ ଆମର ସମନ୍ବିତ ଯୋଗାଣ ଶୃଙ୍ଖଳ ଜରିଆରେ ସହାୟତା ଯାଚିଲୁ। କିନ୍ତୁ, ଆମକୁ କୁହାଗଲା ଯେ, ମୁକାବିଲା କରିବା ପାଇଁ ଭାରତର ସୁଦୃଢ଼ ବ୍ୟବସ୍ଥା ଥିବାରୁ ଏବେ ଏସବୁ ଦରକାର ନାହିଁ। କିନ୍ତୁ, ଆମ ସହାୟତା ଯୋଗାଇବା ପ୍ରତିଶ୍ରୁତ ପୂର୍ବଭଳି ରହିଛି, ଯେଉଁ ଉପାୟରେ ହେଉ ଆମେ ସାହାଯ୍ୟ କରିବାକୁ ଇଚ୍ଛୁକ।
Image Courtesy of The Hinduସଙ୍କଟଜନକ ବାତାବରଣରେ ଜାତିସଂଘରୁ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ଭାରତକୁ ଯିବ କି, ବୋଲି ପଚରା ଯିବାରୁ ହକ୍ କହିଲେ, ଏ ପର୍ଯ୍ୟନ୍ତ କିଛି ମଗା ଯାଇନାହିଁ। କିନ୍ତୁ, ମୁଁ ଯାହା କହିଲି, ଆମର ଲୋକ ଅଛନ୍ତି। ଅଭିଯାନ ଓ ପରିବହନ ସମସ୍ୟା ମୁକାବିଲା କରୁଥିବା ଆମ ଲୋକମାନେ ଆବଶ୍ୟକ ହେଲେ ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଭାରତସ୍ଥିତ ଆମ ପ୍ରତିପକ୍ଷମାନଙ୍କ ସହ ଯୋଗସୂତ୍ର ରଖିଛୁ। ଆଶା କରୁଛୁ ହୁଏ ତ ସହଯୋଗ ଆବଶ୍ୟକ ପଡ଼ିପାରେ।
ସୂଚନାଯୋଗ୍ୟ, ଭାରତ କୋଭିଡ୍-୧୯ ସଂକ୍ରମଣ ଏବଂ ମୃତ୍ୟୁ ସହ ସଂଗ୍ରାମରତ ଥିବା ବେଳେ ଜାତିସଂଘ ଭାରତର ବିଭିନ୍ନ ସ୍ତରର ସରକାରୀ କର୍ତ୍ତୃପକ୍ଷମାନଙ୍କ ସହ ଯୋଗାଯୋଗ ରଖିଛନ୍ତି।
Follow Us