ଭାରତ-ବ୍ରିଟେନ ଶୈକ୍ଷିକ ଯୋଗ୍ୟତା ସ୍ବୀକୃତି ଏମ୍‌ଓୟୁ

ଭାରତ-ବ୍ରିଟେନ ଶୈକ୍ଷିକ ଯୋଗ୍ୟତା ସ୍ବୀକୃତି ଏମ୍‌ଓୟୁ

EduAdvice

ନୂଆଦିଲ୍ଲୀ : ପରସ୍ପରର ଶୈକ୍ଷିକ ଯୋଗ୍ୟତା (ଏକାଡେମିକ କ୍ୱାଲିଫିକେସନ)କୁ ମାନ୍ୟତା/ସ୍ୱୀକୃତି ପ୍ରଦାନ ପାଇଁ ଭାରତ ଏବଂ ବ୍ରିଟେନ ଓ ଆୟରଲାଣ୍ଡ ମଧ୍ୟରେ ଚଳିତବର୍ଷ ଏପ୍ରିଲ ୨୫ ତାରିଖରେ ଯେଉଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ତାହାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। ଆଜି ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି।

ଏହି ବୁଝାମଣା ଫଳରେ ଉଭୟପକ୍ଷ ପରସ୍ପରର ଶୈକ୍ଷିକ ଅନୁଷ୍ଠାନଗୁଡିକର ଶିକ୍ଷାଗତ ଯୋଗ୍ୟତା ଯଥା ଡିଗ୍ରି, ଡିପ୍ଲୋମା, ଏମ୍‌ଫିଲ ଓ ପିଏଚ୍‌ଡି ଆଦିକୁ ମାନ୍ୟତା ପ୍ରଦାନ କରିବେ ଏବଂ ଏଥିରେ କୌଣସି ବ୍ୟତିକ୍ରମ ରହିବ ନାହିଁ। ଏହା ଫଳରେ ଉଭୟ ପକ୍ଷ ମଧ୍ୟରେ ଶୈକ୍ଷିକ ସହଯୋଗ ବଢିବ। ଉଭୟପକ୍ଷର ବିଦ୍ୟାର୍ଥୀ, ଗବେଷକ, ବୃତ୍ତିଧାରୀ ସୁବିଧାରେ ଦୁଇ ଦେଶରେ ନିଜର ଶୈକ୍ଷିକ କାର୍ଯ୍ୟ ସମ୍ପାଦନ କରି ପାରିବେ। ଭାରତର ଏକବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ଓ ଏହାର ଉପାଧିଧାରୀଙ୍କୁ ବ୍ରିଟେନ ଏଣିକି ସ୍ୱୀକୃତି ପ୍ରଦାନ କରିବ।

ଏହି ବୁଝାମଣାପତ୍ର ପରିସରରୁ ଇଞ୍ଜିନିୟରିଂ, ଡାକ୍ତରି, ନର୍ସିଂ, ଫର୍ମାସୀ, ଆଇନ ଓ ସ୍ଥାପତ୍ୟ ଆଦି ବୃତ୍ତିଗତ ଶିକ୍ଷାନୁଷ୍ଠାନକୁ ବାଦ୍ ଦିଆଯାଇଛି। ତେବେ ୨୦୨୦ର ନୂଆ ଶିକ୍ଷାନୀତି ଅନୁସାରେ ଭାରତରେ ଯେଉଁ ଡିଗ୍ରି କୋର୍ସ ପ୍ରବର୍ତ୍ତନର ବ୍ୟବସ୍ଥା ହୋଇଛି ତାହାକୁ ବ୍ରିଟେନ ମାନ୍ୟତା ପ୍ରଦାନ କରିବ।

ବୁଝାମଣାପତ୍ର ଅନୁସାରେ ଉଭୟ ପକ୍ଷ ଶିକ୍ଷାର ଢାଞ୍ଚା, କାର୍ଯ୍ୟକ୍ରମ ଓ ମାନ ଆଦି ସମ୍ପର୍କରେ ପରସ୍ପର ମଧ୍ୟରେ ସୂଚନାର ଆଦାନପ୍ରଦାନ କରିବେ। ଆହୁରି ମଧ୍ୟ ଏହାଦ୍ୱାରା ଦୁଇପକ୍ଷର ବିଦ୍ୟାର୍ଥୀ ଓ ବୃତ୍ତିଧାରୀମାନେ ସହଜରେ ଦୁଇଦେଶକୁ ନିଜର ବୃତ୍ତିଗତ ଓ ଶୈକ୍ଷିକ କାର୍ଯ୍ୟ ପାଇଁ ଯିବା ଆସିବା କରିବାର ସୁଯୋଗ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe