ଭାରତ-ଆମେରିକା ବନ୍ଧୁତ୍ବ ବିଶ୍ବରେ ସବୁଠୁ ଫଳପ୍ରଦ: ବାଇଡେନ

ଭାରତ-ଆମେରିକା ବନ୍ଧୁତ୍ବ ବିଶ୍ବରେ ସବୁଠୁ ଫଳପ୍ରଦ: ବାଇଡେନ

Image Courtesy of India Today

ୱାସିଂଟନ : ରାଷ୍ଟ୍ରପତି ଜୋ ବାଇଡେନ ରବିବାର ଟ୍ବିଟ୍ କରି କହିଛନ୍ତି ଯେ, ଭାରତ-ଆମେରିକା ବନ୍ଧୁତ୍ବ ବିଶ୍ବରେ ଅତ୍ୟନ୍ତ ଫଳପ୍ରଦ ଓ ଘଟଣାବହୁଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ରାଷ୍ଟ୍ରୀୟ ଗସ୍ତ ଅବସରରେ ଦୁଇ ଦେଶର ରଣନୈତିକ ବୈଷୟିକ ଅଂଶୀଦାରିତ୍ବକୁ ଆଗକୁ ବଢ଼ାଇବା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ବାଇଡେନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ମୋଦୀ ଟ୍ବିଟ୍ କରିଛନ୍ତି, ମୁଁ ଆପଣଙ୍କ ସହ ଏକମତ। ଭାରତ-ଆମେରିକା ବନ୍ଧୁତ୍ବ ହେଉଛି ଏକ ଶକ୍ତି ଯାହା ବିଶ୍ବ କଲ୍ୟାଣରେ ସହାୟକ ହେବ ଏବଂ ପୃଥିବୀକୁ ଅଧିକ ସ୍ଥାୟୀ ବାସଯୋଗ୍ୟ ଗ୍ରହରେ ପରିଣତ କରିବ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ବାଇଡେନ ଓ ପ୍ରଥମ ମହିଳା ଜିଲ ବାଇଡେନଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଚତୁଦିର୍ବସୀୟ ରାଷ୍ଟ୍ରୀୟ ଗସ୍ତରେ ଆମେରିକା ଯାଇଥିଲେ। ହ୍ବାଇଟ୍ ହାଉସ୍‌ର ସାଉଥ୍ ଲନ୍‌ରେ ଅନୁଷ୍ଠିତ ମୋଦୀଙ୍କ ସ୍ବାଗତ ସମାରୋହରେ ୭୦୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ମୋଦୀଙ୍କ ପାଇଁ ବାଇଡେନ ଦମ୍ପତି ଆୟୋଜନ କରିଥିବା ରାଷ୍ଟ୍ରୀୟ ନୈଶଭୋଜିରେ ୫୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ମୋଦୀଙ୍କ ସହ ଏକ ଗୋଲ ଟେବୁଲ ବୈଠକରେ ଅନେକ ପ୍ରଯୁକ୍ତି କମ୍ପାନି ମୁଖ୍ୟ, ଶିଳ୍ପପତି, ଅଫିସର ଓ ସିଇଓ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe