ଭାରତ- ଆମେରିକା ମିଳିତ ଭାବେ ପାକିସ୍ତାନର ଆଣବିକ ଅସ୍ତ୍ରକୁ ନଷ୍ଟ କରିବା ଉଚିତ- ପ୍ରେସଲର

Advertisment
ଭାରତ- ଆମେରିକା ମିଳିତ ଭାବେ ପାକିସ୍ତାନର ଆଣବିକ ଅସ୍ତ୍ରକୁ ନଷ୍ଟ କରିବା ଉଚିତ- ପ୍ରେସଲର

ମୁମ୍ବାଇ: ଭାରତ ଓ ଆମେରିକା ମିଳିତଭାବେ ପାକିସ୍ତାନର ଆଣବିକ କେନ୍ଦ୍ରଗୁଡ଼ିକୁ ନଷ୍ଟ କରିବା ଆବଶ୍ୟକ।ଯେଉଁଠି ପାକିସ୍ତାନ ଆଣବିକ ଅସ୍ତ୍ର ନିର୍ମାଣ କରୁଛି ଓ ଗଛିତ ରଖିଛି ସେଗୁଡ଼ିକୁ ନଷ୍ଟ କରି ଦିଆଯିବା ଉଚିତ। ଏପରି ମତ ଦେଇଛନ୍ତି ଆମେରିକାର ପୂର୍ବତନ ସିନେଟର ଲାରୀ ପ୍ରେସଲର। ପ୍ରେସଲର କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ବୋଧହୁଏ ସବୁଠାରୁ ଅଧିକ ଭାରତପ୍ରେମୀ ଆମେରିକା ରାଷ୍ଟ୍ରପତି ଭାବେ ବିବେଚିତ ହୋଇପାରନ୍ତି। କାରଣ ଟ୍ରମ୍ପ ହିଁ ପାକିସ୍ତାନକୁ ଆତଙ୍କବାଦ ପ୍ରୋତ୍ସାହନ ପାଇଁ ସିଧାସଳଖ ଦାୟୀ କରିଛନ୍ତି।
ସୂଚନାଯୋଗ୍ୟ ଯେ ୩ ଥର ସିନେଟର ଭାବେ ଓ ୨ ଥର ଆମେରିକାର ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭକୁ ନିର୍ବାଚିତ ହୋଇଥିବା ପ୍ରେସଲର(୭୫ ବର୍ଷ) ୧୯୯୦ରେ ପ୍ରେସଲର ସଂଶୋଧନ ଜରିଆରେ ପାକିସ୍ତାନକୁ ଆମେରିକାର ମିଲିଟାରୀ ସହାୟତା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ପ୍ରେସଲର କହିଛନ୍ତି ଯେ ଆମେରିକା ପାକସ୍ତାନକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବା ଉଚିତ। ପାକିସ୍ତାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ କରିବା ସହିତ ଆମେରିକା ଭାରତ ଓ ପାକିସ୍ତାନ ସମାନ ନୁହଁନ୍ତି ବୋଲି ମଧ୍ୟ ଉପଲବ୍ଧି କରିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe