ଆସନ୍ତା ସପ୍ତାହରେ ଭାରତ-ଆମେରିକା ୨+୨ କଥାବାର୍ତ୍ତା

Advertisment
ଆସନ୍ତା ସପ୍ତାହରେ ଭାରତ-ଆମେରିକା ୨+୨ କଥାବାର୍ତ୍ତା

123RF.com

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ଆସନ୍ତା ସପ୍ତାହରେ ନୂଆଦିଲ୍ଳୀରେ ସେମାନଙ୍କ ୨+୨ ମନ୍ତ୍ରୀସ୍ତରୀୟ ବୈଠକ କରିବେ। କରୋନା ମହାମାରୀ ସତ୍ତ୍ବେ ଆମେରିକା ବିଦେଶ ସଚିବ ମାଇକ୍‌ ପମ୍ପିଓ ଏବଂ ଆମେରିକା ପ୍ରତିରକ୍ଷା ମୁଖ୍ୟ ମାଇକ୍‌ ଏସ୍‌ପର ନୂଆଦିଲ୍ଲୀ ଗସ୍ତ କରିବେ। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଏହି ୨+୨ ଆଲୋଚନା ବୈଠକରେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେବେ। ଆମେରିକା ପ୍ରତିରକ୍ଷା ମୁଖ୍ୟ ଏସ୍‌ପର ଆସନ୍ତା ସପ୍ତାହର ଆଲୋଚନାକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କହିଛନ୍ତି। ଏସ୍‌ପର କହିଛନ୍ତି ଭାରତରେ ଏହା ସେମାନଙ୍କ ତୃତୀୟ ୨+୨ ବୈଠକ। ପ୍ରଥମ ୨+୨ ‌ବୈଠକ ୨୦୧୮ରେ ଭାରତରେ ହୋଇଥିଲା ଏବଂ ଦ୍ବିତୀୟ ୨+୨ ଆଲୋଚନା ବୈଠକ ୨୦୧୯ରେ ୱାସିଂଟନ୍‌ରେ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe