India US Trade Deal Jaishankar: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ଜୟଶଙ୍କର

Advertisment

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏହାଦ୍ବାରା ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ଏକ ନୂତନ ପର୍ଯ୍ୟାୟ ଦେଖିବାକୁ ମିଳିବ ବୋଲି ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି।

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏହାଦ୍ବାରା ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ଏକ ନୂତନ ପର୍ଯ୍ୟାୟ ଦେଖିବାକୁ ମିଳିବ ବୋଲି ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି।

India US Trade Deal

India US Trade Deal

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏହାଦ୍ବାରା ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ଏକ ନୂତନ ପର୍ଯ୍ୟାୟ ଦେଖିବାକୁ ମିଳିବ ବୋଲି ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି। ଗୁରୁବାର ଜୟଶଙ୍କରଙ୍କ ଆମେରିକା ଗସ୍ତର ଶେଷ ଦିନ ଥିଲା। ଭାରତୀୟ ସାମଗ୍ରୀ ଉପରେ ଆମେରିକା ଏହାର ଶୁଳ୍କ ହ୍ରାସ କରିବାକୁ ଦୁଇ ଦେଶ ବୁଝାମଣା କରିଥିବା ଜୟଶଙ୍କର ଘୋଷଣା କରିଛନ୍ତି।

ଆମେରିକାରେ ଜୟଶଙ୍କରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଜୟଶଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଖଣିଜ ମନ୍ତ୍ରିସ୍ତରୀୟ ବୈଠକ ପାଇଁ ଆମେରିକାରେ ଯାଇଥିବାବେଳେ ଆମେରିକାର ଅର୍ଥ ମନ୍ତ୍ରୀ ସ୍କଟ୍ ବେସେଣ୍ଟ ଏବଂ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ ବିଷୟରେ ଆଲୋଚନା କରିଥିଲେ। ଜୟଶଙ୍କର କହିଛନ୍ତି ଯେ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏହି ବାଣିଜ୍ୟ ଚୁକ୍ତି ସମ୍ପର୍କରେ ବୁଝୁଛନ୍ତି ତେଣୁ ଏହାର ସମୟସୀମା ସମ୍ପର୍କରେ ତାଙ୍କ ପାଖରେ ତଥ୍ୟ ନାହିଁ। 

ଆମେରିକା ଲଗାଇବ ୧୮ ପ୍ରତିଶତ ଶୁଳ୍କ

ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଆମେରିକା ଭାରତୀୟ ସାମଗ୍ରୀ ଉପରେ ୧୮% ଶୁଳ୍କ ଲଗାଇବାକୁ ରାଜି ହୋଇଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରଖିଥିବା ବିବୃତ୍ତି ସମ୍ପର୍କ ଉଲ୍ଲେଖ କରି ଜୟସ୍ବାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ଉତ୍ପାଦଗୁଡ଼ିକ ୧୮% ଶୁଳ୍କରେ ଆମେରିକାକୁ ରପ୍ତାନି କରାଯିବ।

ଆହୁରି ପଢନ୍ତୁ-  India Aircraft Mechanical Faults : ୫୦% ବିମାନରେ ବାରମ୍ବାର ଖରାପ ହେବା ପରି ତ୍ରୁଟି ,ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଏୟରେଲାଇନ୍ସ ତାଲିକା ଶୀର୍ଷରେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe