ଟୋକିଓ : ଜାପାନ ସାଗରରେ ଆମେରିକ ନୌସେନା ପକ୍ଷରୁ ଭାରତୀୟ ଏବଂ ଜାପାନୀ ନୌସେନା ସହିତ ତିନିଦିନିଆ ମିଳିତ ସମରାଭ୍ୟା ହୋଇଯାଇଛି। ନିକଟରେ ଉତ୍ତର କୋରିଆର ପରମାଣୁ ବୋମା ପରୀକ୍ଷା ସାଙ୍ଗକୁ ଜାପାନ ଆକାଶ ଦେଇ କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ଜାରି ରହିଥିବା ବେଳେ ତିନି ଦେଶର ଏହି ସମରାଭ୍ୟାସ ଗୁରୁତ୍ୱ ବହନ କରୁଛି। ସେହିପରି ସମ୍ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୧୨ ଦିନିଆ ଏସିଆ ଗସ୍ତରେ ଆସିଥିବା ବେଳେ ତାଙ୍କ ଜାପାନ ରହଣି କାଳରେ ଏଭଳି ଭାରତ-ଆମେରିକା-ଜାପାନର ନୌବଳ ପ୍ରଦର୍ଶନ ଚର୍ଚ୍ଚାର ବିଷୟ ହୋଇଛି।
ଅବଶ୍ୟ ଏହି କ୍ଷୁଦ୍ର ମିଆଦୀ ସମରାଭ୍ୟାସରେ ମାତ୍ର ୫ଟି ଯିୁଦ୍ଧ ଜାହାଜ ଭାଗ ନେଇଥିଲେ। ଏଥିରେ ଆମେରିକାର ଲକ୍ଷେ ଟନ୍ ବିଶିଷ୍ଟ ବିଶାଳ ଯୁଦ୍ଧ ତରୀ ‘ୟୁଏସ୍ଏସ୍ ରୋନାଲ୍ଡ ରିଗାନ୍’ ମୁଖ୍ୟ ଆକର୍ଷଣ ଥିବା ବେଳେ ତାହା ସମେତ ଜାପାନର ଏକ ଯୁଦ୍ଧ ଜାହାଜ ବିଧ୍ୱଂସୀ ବୁଡ଼ାଜାହାଜ ଏବଂ ଭାରତର ଦୁଇଟି ଯୁଦ୍ଧ ଜାହାଜ ସାମିଲ ହୋଇଥିଲେ। ଅପରପକ୍ଷେ, ଆଗକୁ ପଶ୍ଚିମ ପ୍ରଶାନ୍ତ ମହାସାଗରେ ‘ୟୁଏସ୍ଏସ୍ ରୋନାଲ୍ଡ ରିଗାନ୍’ ସହିତ ଆମେରିକାର ଅନ୍ୟ ଦୁଇଟି ବୃହତ୍ ଯୁଦ୍ଧ ଜାହାଜ ‘ୟୁଏସ୍ଏସ୍ ନିମିଜ୍’ ଏବଂ ‘ୟୁଏସ୍ଏସ୍ ଥିଓଡୋର୍’ ମିଶି ଉତ୍ତରକୋରିଆକୁ ଆମେରିକାର ବିଶାଳ ନୌକ୍ଷମତା ବିଷୟରେ ଚେତାଇଦେବ ବୋଲି ଆମେରିକାର ଜଣେ ନୌସେନା ଅଧିକାରୀ କହିଛନ୍ତି।
ଆମେରିକା-ଭାରତ-ଜାପାନ ନୌସେନାର ମିଳିତ ସମରାଭ୍ୟାସ
Advertisment
Follow Us