ନୂଆ ଟିକା ବ୍ୟବସ୍ଥାର ପ୍ରଥମ ଦିନରେ ୭୫ଲକ୍ଷ ଲୋକଙ୍କୁ ଟିକା ଦେଇ ରେକର୍ଡ ସୃଷ୍ଟି କଲା ଭାରତ

ନୂଆ ଟିକା ବ୍ୟବସ୍ଥାର ପ୍ରଥମ ଦିନରେ ୭୫ଲକ୍ଷ ଲୋକଙ୍କୁ ଟିକା ଦେଇ ରେକର୍ଡ ସୃଷ୍ଟି କଲା ଭାରତ

The Economic Times

ନୂଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୭୫ ଲକ୍ଷରୁ ଅଧିକ କରୋନା ଟିକା ଦିଆଯାଇଛି | କେନ୍ଦ୍ର ସରକାର ଘୋଷଣା କରିଥିବା ନୂଆ ଟିକା ବ୍ୟବସ୍ଥାର ଆଜି ପ୍ରଥମ ଦିନ ଥିବା ବେଳେ ଗୋଟେ ଦିନରେ ୭୫ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇ ରେକର୍ଡ କରିଛି ଭାରତ |

କୋଭିଡ୍‌-୧୯ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ନୂଆ ନୀତି ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି। ଏଣିକି ଟିକାକରଣ ଅଭିଯାନର ସଂପୂର୍ଣ୍ଣ ଦାୟିତ୍ବ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିବ ଏବଂ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ମାଗଣା ଟିକା ଯୋଗାଇ ଦେବେ।

publive-image ndtv.com

ନୂଆ ଟିକା ନୀତି ଅନୁଯାୟୀ ଟିକା ନିର୍ମାତାଙ୍କଠାରୁ ମୋଟ୍‌ ଉତ୍ପାଦିତ ଟିକାର ୭୫ ପ୍ରତିଶତ କେନ୍ଦ୍ର ସରକାର କିଣିବେ ଏବଂ ତାହା ରାଜ୍ୟମାନଙ୍କୁ ମାଗଣାରେ ଯୋଗାଇ ଦେବେ। ଟିକା କ୍ରୟ ବାବଦରେ ରାଜ୍ୟମାନଙ୍କୁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଟିକା ନିର୍ମାତାଙ୍କଠାରୁ ଘରୋଇ ହସ୍ପିଟାଲମାନେ ବଳକା ୨୫ ପ୍ରତିଶତ ଟିକା ସିଧାସଳଖ କ୍ରୟ କରିପାରିବେ।ଟିକା ପାଇଁ ଅର୍ଥ ଦେବାକୁ ଇଚ୍ଛୁକ ଥିବା ଲୋକ ଘରୋଇ ହସ୍ପିଟାଲରେ ଟିକା ନେଇପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ଆରମ୍ଭରେ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe